ଓରମାସ ନିର୍ଦ୍ଦେଶିକାଙ୍କ ସାନଖେମୁଣ୍ଡି ପରିଧାନ କେନ୍ଦ୍ର ପରିଦର୍ଶନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଓରମାସ ନିର୍ଦ୍ଦେଶକାସୁଶ୍ରୀ ଗୁହା ପୁନମ ତାପସ କୁମାରୀ ସାନଖେମୁଣ୍ଡି ବ୍ଲକ ଗସ୍ତ କରିଥିବା ବେଳେ ପୋଡ଼ାମାରି ପଞ୍ଚାୟତ ର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ପକ୍ଷରୁ ପରିଚାଳନାଧୀନ ପରିଧାନ କେନ୍ଦ୍ର କୁଯାଇ ପରିଦର୍ଶନ କରିଛନ୍ତି । ଗଞ୍ଜାମ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭି କୀର୍ତ୍ତିଭାସନ୍ ,ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥତିରେ ଓରମାସା ନିର୍ଦ୍ଦେଶିକାଙ୍କୁ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ ଏବଂଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ନିର୍ଦ୍ଦେଶିକାଙ୍କ ସହ ପଦାଧିକାରୀ ମାନେ ପରିଧାନ କେନ୍ଦ୍ର ପରିଦର୍ଶନ ସହ ଗୋଷ୍ଠି ମହିଳାଙ୍କ ସହ ବିଭିନ୍ନ ପ୍ରସଂଗ ନେଇ ଆଲୋଚନା କରିଥିଲେ । ସେମାନଙ୍କ ଆର୍ଥିକ ପରିଚାଳନା ସହ କଞ୍ଚାମାଲ ସଂଗ୍ରହ ଗୋଷ୍ଠି ଶ୍ରମଦାନରେ ଉତ୍ପାଦିତ ଦ୍ରବ୍ୟର ବଜାର ପ୍ରତିଯୋଗିତାରେ ହେଉଥିବା ଲାଭକ୍ଷତିର ତର୍ଜମା କରିଥିଲେ । ପରିଦର୍ଶନ ବେଳେ ସମିତି ସଭ୍ୟ ପ୍ରତିନିଧି ପି ରାମେଶ୍ବର ପାତ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ସ୍ଵାଗତ ଅଭିବାଦନ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ