ଓରାଳି ଦକ୍ଷିଣସାହି ମା ପଶ୍ଚିମା ମଙ୍ଗଳା କ୍ଲବ ପକ୍ଷରୁ ଗଣେଶ ପୂଜା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଓରାଳି ଗ୍ରାମର ଦକ୍ଷିଣସାହି ମା ପଶ୍ଚିମା ମଙ୍ଗଳା କ୍ଲବ ପକ୍ଷରୁ ପବିତ୍ର ଗଣେଶ ପୂଜା ମହା ସମାରୋହରେ ଅନୁଷ୍ଠିତ ହେଉଛି । ଚିନ୍ତାମଣୀ ବାରିକ କର୍ତ୍ତାଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରୁଛନ୍ତି । ଏଥିପାଇଁ ପୂଜା ମଣ୍ଡପକୁ ରଙ୍ଗିନ ଆଲୋକମାଳାରେ ସଜ୍ଜିତ କରାଯାଇଥିବାବେଳେ ପ୍ରତିଦିନ ଭଜନ, କିର୍ତ୍ତନ, ମେଲୋଡି ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଉଛି । ପ୍ରତିଦିନ ସନ୍ଧ୍ୟାରେ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ଆସନ୍ତା ମଙ୍ଗଳବାର ଭଷାଣି ଉତ୍ସବ ଅନୁଷ୍ଠିତ ହେବ । ଦିଲ୍ଲିପ ବେହେରା, ବାଦଲ ସେଠୀ, ସଦାନନ୍ଦ ଲେଙ୍କା, ଅବିନାଶ ପ୍ରଧାନ, ଅରୁପ ଜେନା, ରତିକାନ୍ତ ନାୟକ, ଚିନ୍ତାମଣୀ ବାରିକ, ଅଭିମନୁ୍ୟ ମହାରଣା, ରଜେନ୍ଦ୍ର ମହାରଣା, ଉତ୍ତମ ସାହୁ, ଭାଗିରଥି ନାୟକ, ଶେଷଦେବ ମହାରଣା, ସ୍ୱରୁପ ଜେନା, ରଜନୀକାନ୍ତ ନାୟକ, ମୁକ୍ତିକାନ୍ତ ନାୟକ, ଗୋପୀନାଥ ସେଠୀ ପ୍ରମୁଖ କ୍ଲବ ସଦସ୍ୟମାନେ ପୂଜାକାର୍ଯ୍ୟ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ