ଓରାଳି ହାଇସ୍କୁଲରେ ଯୋଗଦେଲେ ନୁତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଓରାଳି ଜି.ସି ହାଇସ୍କୁଲରେ ନୁତନ ପ୍ରଧାନ ଶିକ୍ଷକ ଭାବେ ଅନିଲ କୁମାର ସିଂ ଯୋଗଦାନ କରିଛନ୍ତି । ଶ୍ରୀଯୁକ୍ତ ସିଂ ପୁର୍ବରୁ ଘସିପୁରା ବ୍ଲକ ବାତୋ ଉଚ୍ଚ ବିଦ୍ୟାଳୟରୁ ପଦୋନ୍ନତି ପାଇ ଏଠାକୁ ବଦଳି ହୋଇ ଆସିଛନ୍ତି । ଆଜି ସକାଳ ୧୦ଟାବେଳେ ସେ ବିଦ୍ୟାଳୟରେ ଯୋଗଦାନ କରିବା ସମୟରେ ସମସ୍ତ ଛାତ୍ରଛାତ୍ରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରତାପ ଚନ୍ଦ୍ର ଜେନା, , ସ୍ଥାନୀୟ ସରପଞ୍ଚ ହରିଶ୍ଚନ୍ଦ୍ର ଜେନା, ପୁର୍ବତନ ଏବିଇଓ ବିନୋଦ କୁମାର ରାଉତ, ସମାଜସେବୀ ସୁଧାଶୁଂ ଶେଖର ଦକ୍ଷିଣରାୟ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇ ତାଙ୍କୁ ବିଦ୍ୟାଳୟକୁ ସ୍ୱାଗତ କରିଥିଲେ । ବିଦ୍ୟାଳୟର ଶୈକ୍ଷିକ ବାତାବରଣ ସହ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ କାମ କରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିମୟୀ ବେହେରାଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ଶିକ୍ଷକ ଜିତ ରଞ୍ଜନ ବେହେରା, ଦିବ୍ୟା ଭାରତୀ ବେହେରା, ଜୟଶ୍ରୀ ଜେନା, ବିଦୁଲତା ଦାସ, ଦୁଯ୍ୟୋଧନ ଜେନା, ସଚିନଦେବ ରାଉତ, ସନ୍ତୋଷ କୁମାର ବଳ, ଗଙ୍ଗାଧର ସାହୁ, କର୍ମଚାରୀ ନିର୍ମଳ ଚନ୍ଦ୍ର ଜେନା, ଅଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।