ଓଲଟିଲା ଯାତ୍ରୀବାହୀ ବସ, ୨୦ଆହତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ଛତାଵର ନିଳକ ପୂର୍ତ ଵିଭାଗ ରାସ୍ତାର କୁଲଣା ନିକଟରେ ଏକ ଯାତ୍ରୀ ଵାହି ବସ(ଅମ୍ରିତ) ଓଲଟି ପଡିବାରୁ ପ୍ରାୟ ୧୫ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ଓଆର ଏ ୨୮୦୯ ଅମ୍ରିତ ନାମକ ଘରୋଇ ଵସଟି ପ୍ରାୟ ୩୦ଜଣ ଯାତ୍ରୀଙ୍କୁ ନେଇ ଭଦ୍ରକରୁ ମଞୁରୀରୋଡ ଆସୁଥିବା ଵେଳେ ରାସ୍ତା ଖରାପ କାରଣରୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ରାସ୍ତା ପାର୍ଶ୍ବ ନୟନଯୋରୀକୁ ଓଲଟି ପଡ଼ିଥିଲା।ଦୁର୍ଘଟଣା ପରେ ତତକ୍ଷଣାତ୍ ସ୍ଥାନୀୟ ସମାଜସେବୀ ରାଜେନ୍ଦ୍ର ଖଣ୍ଡାଇ ଓ କୁଲଣା ବିଶୋଳ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଵା ଜଣାପଡିଛି।ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ୧୨ଜଣ ଚିକିତ୍ସିତ ହେଉଥିବା ବେଳେ କିଛି ଆହତ ଭଦ୍ରକ ଓ କଟକ ଯାଇଥିବା ସୂଚନା ମିଳିଛି।ଦୁର୍ଘଟଣା ସ୍ଥଳରେ ଦମକଳ ଓ ପୋଲିସ ପହଞ୍ଚିଥିବାଵେଳେ ମେଡ଼ିକାଲରେ ଭଣ୍ଡାରିପୋଖରୀ ବ୍ଲକ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ,ସାଂସଦଙ୍କ ପ୍ରତିନିଧି ଲଳିତ ରାଉତ, ଜିଲାପରିଷଦ ସଭ୍ୟ ଲଷ୍ମୀଧର ସାହୁ, ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ,ଝୁଟଣା ସମିତି ସଭ୍ୟ ଦିପୁ ରଞ୍ଜନ ରାଉତ, ରାଜେନ୍ଦ୍ରପୁର ସରପଞ୍ଚ ପୂର୍ଣ ଚନ୍ଦ୍ର ମାଝି ପହଂଚି ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଥିଲେ।ଖବର ଲେଖା ହେବା ଯାଏଁ ଆହତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ।