ଓଲଟି ପଡିଲା ବସ୍, ଦୁଇ ଗୁରୁତର
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଅଡବା ଥାନା ଖ୍ରୀଷ୍ଟପୁର ଗାଁ ନିକଟରେ ଓଲଟିଲା ଯାତ୍ରୀବାହୀ ବସ । ଏଥିରେ ୧୨ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି, ସେଥି ମଧ୍ୟରୁ ଜଣେ ମହିଳା ଜଣେ ପୁରୁଷ ରହିଛନ୍ତି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣାରୁ ପ୍ରକାଶ ଯେ, ରାୟଗଡ଼ାରୁ କଟକ ଯାଉଥିବା ଗାନ୍ଧୀ ନାମକ ଘରୋଇ ବସ କଟକ ଯାଉଥିବା ବେଳେ ବିଳମ୍ବିତ ରାତି୧୨.୪୦ ରେ ଖ୍ରୀଷ୍ଟପୁରଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଗାଡ଼ି ରେ୪୦ଜଣ ଯାତ୍ରୀ ବସିଥିଲେ ସେମାନେ ରାୟଗଡ଼ା, ପଦ୍ମପୁର ଅଦି ଅଞ୍ଚଳରୁ ବ୍ରହ୍ମପୁର, ଭୁବନେଶ୍ୱର, କଟକ ଅଞ୍ଚଳ ସବୁ ଯାତ୍ରୀ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଅଡ଼ବା ଥାନା ଅଧିକାରୀ ଆଲୋକରଞ୍ଜନ ଜଗଦଲା ଉପସ୍ଥିତ ରହି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ।