ଓଲନ୍ଦା ସାରଗାଁରେ ସଦର ବିଜେପିର ମହା ଜନସମ୍ପର୍କ ଅଭିଯାନ

ବାଲେଶ୍ୱର, (ସରୋଜ ପଣ୍ଡା):କେନ୍ଦ୍ର ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ଉପ-ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ମହା ଜନସମ୍ପର୍କ କାର୍ଯ୍ୟକ୍ରମ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଲନ୍ଦା ସାରଗାଁ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଅଛି । ସଦର ବିଜେପିର ବରିଷ୍ଠ ନେତୃବୃନ୍ଦ ଓଲନ୍ଦା ସାରଗାଁ ପଞ୍ଚାୟତ ଗୁଡୁଦା ଗ୍ରାମରେ ସାଧାରଣ ଲୋକଙ୍କୁ ଭେଟି ମୋଦୀ ସରକାରଙ୍କ ୯ ବର୍ଷର ସଫଳତା ସମ୍ପର୍କରେ ବୁଝାଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଣ, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଜଳଜୀବନ ମିଶନରେ ପିଇବା ପାଣି, ଉଜ୍ୱଳା ଯୋଜନାରେ ମାଗଣା ଗ୍ୟାସ୍‌, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮୦ କୋଟି ପରିବାରକୁ ମାସକୁ ମୁଣ୍ଡପିଛା ୫ କିଗ୍ରା ଚାଉଳ, କୋଭିଡ ସମୟରେ ଦେଶରେ ୨୨୦ କୋଟି ମାଗଣା ଟୀକା ପ୍ରଦାନ, ପିଏମ କିସାନ ଯୋଜନାରେ ଚାଷୀଙ୍କ ମୁଣ୍ଡ ପିଛା ୬ହଜାର ଟଙ୍କାର ସହାୟତା ଆଦି ପ୍ରଧାନମନ୍ତ୍ରୀଙ୍କ ସଫଳତାର ପ୍ରତିଫଳନ ବୋଲି ବିଜେପି ନେତାମାନେ ଲୋକଙ୍କୁ ଜଣାଇଥିଲେ । ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣର ମୂଳ ଆଧାର ବୋଲି ଯୁବନେତା ମାନସ ଦତ୍ତ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ସଦସ୍ୟ ଗୟାଧର ବେହେରା, ସରପଞ୍ଚ ଆରତୀ ଦାସ, ସମିତିସଭ୍ୟା ରଶ୍ମିତା ନାୟକ, ବିଜେପି ମଣ୍ଡଳ ପ୍ରଭାରୀ ଗୌରାଙ୍ଗ ଦାସ, ମଣ୍ଡଳ ସଭାପତି କାର୍ତ୍ତିକ ରାଉତ, ହରେନ୍ଦ୍ର ପ୍ରଧାନ, ମଣ୍ଡଳ ସାଧାରଣ ସମ୍ପାଦକ ପିତାମ୍ବର ଭୂୟାଁ, ପଞ୍ଚାୟତ ସଭାପତି ବିଷ୍ଣୁପଦ ପ୍ରଧାନ, ଅଶୋକ ଦାସ, ମାନସ ନାୟକ, ମନୋରଞ୍ଜନ ନାୟକ, କାର୍ତ୍ତିକ ପ୍ରଧାନ, କମଲଲୋଚନ ମନ୍ତ୍ରୀ, ଅଶୋକ ବାରିକ, କାଳିଆ ପ୍ରଧାନ, ସୁନୀଲ ସେଠୀ, ଭରତ ମହାଳିକ ପ୍ରମୁଖ ଏହି ମହା ଜନସମ୍ପର୍କ ଅଭିଯାନରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ