ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କନିଷ୍ଠ ବହୁଭାଷୀ ଶିକ୍ଷକ ସଂଘ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳରେ ନିଜ ମାତୃଭାଷା ମାଧ୍ୟମରେ ଶିକ୍ଷା ଦେବା ନିମନ୍ତେ ଓଡ଼ିଶା ସରକାର ୨୦୧୩ ମସିହାରେ ୩୩୨୮ ବହୁଭାଷୀ ଶିକ୍ଷା ସହାୟକଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ । ଏହି ବହୁଭାଷୀ କାର୍ଯ୍ୟକ୍ରମ ୧୭ଟି ଜିଲ୍ଲାରେ ୨୧ଟି ଭାଷାରେ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ କରୁଛନ୍ତି । ଏହି ଶିକ୍ଷାଦାନ ଦ୍ୱାରା ପିଲାମାନଙ୍କୁ ବିଦ୍ୟାଳୟ ମୁଖୀ କରାଇ ପାରିଛନ୍ତି । ୨୦୧୩ ମସିହା ଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ଆଦବାସୀ ଛାତ୍ରଛାତ୍ରୀ ମାନଙକ୍‌ୁ ବିଦ୍ୟାଳୟମୁଖୀ କରିବା ସହ ମୁଖ୍ୟସ୍ରୋତରେ ସାମିଲ୍ କରିବାରେ ମୁଖ୍ୟ ଭୂୂମିକା ଗ୍ରହଣ କରିଆସୁଛନ୍ତି । ୧୭ଟି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମାନଙ୍କରେ ଶିକ୍ଷାଦାନ କରି ଆସୁଛନ୍ତି । ଏହି ବହୁଭାଷୀ ଶିକ୍ଷକମାନଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୨୧ ମସିହା ଡ଼ିସେମ୍ବର ୨୪ ତାରିଖରେ ୩୩୨୮ ଜଣ ବହୁଭାଷୀ ଶିକ୍ଷକମାନଙ୍କୁ ନିୟମିତ କରିବା ନିମନ୍ତେ କ୍ୟାବିନେଟରେ ଅନୁମୋଦନ କରାଯାଇଥିଲା । ଆଜି ଓଡ଼ିଶା ସରକାରଙ୍କ ଦ୍ୱାରା ବିଧିବଦ୍ଧ ଭାବରେ ନିୟମିତ କରିବାର ନିର୍ଦ୍ଦେଶନାମା ଘୋଷଣା କରାଯାଇଅଛି । ଏଥିରେ ବହୁଭାଷୀ ଶିକ୍ଷକ ସଂଘର କର୍ମକର୍ତ୍ତା ଯଥା ରାଜ୍ୟ ସଭାପତି ବାଗୁନ ସିଂ ଜାରିକା, ରାଜ୍ୟ ସମ୍ପାଦକ ଧନୁର୍ଜୟ ମୁଣ୍ଡା, ରାଜ୍ୟ ଉପସଭାପତି ମଙ୍ଗରାଜ ଓରାମ, ରାଜ୍ୟ ସହ ସମ୍ପାଦକ ପଦ୍ମଲୋଚନ ସୋଏ, ରାଜ୍ୟ କୋଷାଧ୍ୟକ୍ଷ ଆନନ୍ଦ କୁମାର ସିଂ, ମୟୁରଭଞ୍ଜ ଜିଲ୍ଲାର ଦୁବାଜ ହେମ୍ବ୍ରମ, ସୁନ୍ଦରଗଡ଼ ଜିଲ୍ଲାର ସଭାପତି ସୋରଜ କୁମାର ମିଞ୍ଜ୍ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଦିଲ୍ଲୀପ ସିଂ, ଦୁଃଖିରାମ ମୁର୍ମୁ, ତତ୍‌ସହିତ ଓଡ଼ିଶାର ସମସ୍ତ ବହୁଭାଷୀ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ