ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ଗଣଶିକ୍ଷାମନ୍ତ୍ରୀ ସହିତ ସୌଜନ୍ୟମୂଳକ ଆଲୋଚନା

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଓ ଦାୟିତ୍ୱରେ ଥିବା ଯାଜପୁର ବିଧାୟକ ମାନ୍ୟବର ପ୍ରଣବ ପ୍ରକାଶ ଦାଶଙ୍କ ସହିତ ପୃଥକ୍ ପୃଥକ୍ ଭାବେ  ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର (ନୂତନ ପେନ୍‌ସନ ଯୋଜନାଭୁକ୍ତ)ର ଏକ ପ୍ରତିନିଧି ଦଳ ଶିକ୍ଷକଙ୍କର ଦାବିଗୁଡ଼ିକ ପୂଣର ଦିଗରେ ସକରାତ୍ମକ ଆଲୋଚନା କରିଥିଲେ । ପ୍ରକାଶଥାଉ କି, ୨୮୦୦ ଗ୍ରେଡ୍ ପେ ପ୍ରଦାନ, ନୂତନ ପେନ୍‌ସନ ଯୋଜନା ଉଚ୍ଛେଦ ପୂର୍ବକ ପୁରୁଣା ପେନ୍‌ସନର ପୁନଃ ପ୍ରଚଳନ ଓ କନିଷ୍ଠ ଶିକ୍ଷକଙ୍କ ଦରମାରେ ୨୫ ଶତକଡ଼ା ବୃଦ୍ଧି ଆଦି ଦାବୀଗୁଡ଼ିକ ଉପରେ ଆଲୋଚନା ହୋଇଥିଲା । ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଓ ବିଧାୟକ ପ୍ରବଣ ପ୍ରକାଶ ଦାସ ଶିକ୍ଷକଙ୍କ କ୍ୟାଡ଼ର ପୁନର୍ଗଠନ ମାଧ୍ୟମରେ ୨୮୦୦ ଗ୍ରେଡ୍ ପ୍ରଦାନ ସମ୍ପର୍କିତ ଫାଇଲ୍ ଆକାଉଣ୍ଟ ଜେନେରାଲଙ୍କ ଠାରୁ ଆସିବା ମାତ୍ରେ ଖୁବ୍ ଶୀଘ୍ର ପ୍ରକାଶ କରାଯିବ ଓ କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆହୁରି ମଧ୍ୟ ଶିକ୍ଷକଙ୍କର ୬୦ ପ୍ରତିଶତ ବକେୟା ଅର୍ଥ, ଘରଭଡ଼ା ନିର୍ଦ୍ଧାରଣ, ୫ ପ୍ରତିଶତ ଡ଼ିଏ ଆଦି ଘୋଷଣା ଲିଖିତ ଭାବେ ଉପସ୍ଥାପନ କରାଯାଇଥିଲା । ଏଗୁଡ଼ିକ ସରକାରଙ୍କର ବିଚାରଧୀନ ଅଛି ବୋଲି ପ୍ରକାଶ କରିଥିଲେ । ଉକ୍ତ ଆଲୋଚନାରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁଶାନ୍ତ କୁମାର ବେହେରା, ସାଧାରଣ ସମ୍ପାଦକ ବଙ୍କିମ ଚନ୍ଦ୍ର ସାଗର, ମହାସଚିବ ଜାମିନୀକାନ୍ତ ପଣ୍ଡା, ଉପସଭାପତି ଜ୍ୟୋତିପ୍ରକାଶ ସାହୁ, ଉତ୍ତମ କୁମାର ଦାସ ଓ କେଶବ ଚନ୍ଦ୍ର ସାହୁ ତଥା କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ମହାପାତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ