ଓଡ଼ିଶା ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ଫେଡ଼େରେସନର ସର୍ବଭାରତୀୟ ଧର୍ମଘଟକୁ ପୂର୍ଣ୍ଣ ସମର୍ଥନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସର୍ବଭାରତୀୟ ବିଦ୍ୟୁତ୍ କର୍ମଚାରୀ ଫେଡ଼େରେସନ ଓ କେନ୍ଦ୍ରୀୟ ଟ୍ରେଡ଼୍ ୟୁନିୟନର ଆହ୍ୱାନକ୍ରମେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ଫେଡ଼େରେସନ ତରଫରୁ ଗ୍ରୀଡ୍‌କୋ-ଓପିଟିସିଏଲ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଦଫା ଦାବି ନେଇ ଏକ ବିକ୍ଷୋଭ ସଭା ଫେଡ଼େରେସନର ମୁଖ୍ୟ ସଂଗଠନ ସମ୍ପାଦକ ସାଥୀ ଭ୍ରମର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବିକ୍ଷୋଭ ସଭାରେ ଫେଡ଼େରେସନର ଉପାଧ୍ୟକ୍ଷ ସାଥୀ ସି.ଭି.ଏନ୍‌. ରାଓ, ସାଧାରଣ ସମ୍ପାଦକ ସାଥୀ ସତ୍ୟଜିତ ବାଘ, ବିଜୁଳି କର୍ମଚାରୀ ସଂଘର ସଭାପତି ସାଥୀ ଆକୁଳ ଚନ୍ଦ୍ର ନାଥ, ରମେଶ ଚନ୍ଦ୍ର ମିଶ୍ର, ମଜଦୁର ସଂଘର ସାଧାରଣ ସମ୍ପାଦକ ସାଥୀ ଶ୍ରୀକୃଷ୍ଣ ପଟ୍ଟନାୟକ, ଠିକା ଶ୍ରମିକ ସଂଘର ସମ୍ପାଦକ ସାଥୀ ଶ୍ରୀଧର ଖୁଣ୍ଟିଆ, ଏନାମାର ସଂଘର ତରଫରୁ ସାଥୀ ସାଥୀ ସୁଶାନ୍ତ ନାୟକ ପ୍ରମୁଖ ଉଦ୍‌ବୋଧନ ଦେଇ ସରକାରଙ୍କ ବିଜୁଳି ଆମେଣ୍ଟମେଣ୍ଟ ବିଲ୍ ୨୦୨୧ ତଥା ୧.୪.୨୦୨୦ରୁ ମଜୁରୀ ନିର୍ଦ୍ଧାରଣ, ଠିକା ଶ୍ରମିକ, ଏନାମାର, ଏକ୍ସ-ଏନାମାର, କଣ୍ଟିଜେଣ୍ଟ ଓ ଖଲାସୀମାନଙ୍କୁ ନିୟମିତ କରିବା ଓ ଓପିଟିସିଏଲରେ କାର୍ଯ୍ୟରତ ଠିକା କର୍ମଚାରୀମାନଙ୍କର ମଜୁରୀ ବୃଦ୍ଧି ଇତ୍ୟାଦି ବିଷୟରେ ଦୃଢ ଦାବି ଉପସ୍ଥାପନ କରିଥିଲେ । ଯଦି ଏହିସବୁ ଦାବି ପୂରଣ କରାନଯାଏ, ତେବେ ଆଗାମୀ ଦିନରେ ସଂଘ ତରଫରୁ ଏକ ଗଣଆନ୍ଦୋଳନ ସୃଷ୍ଟି ହେବ ବୋଲି ସାଧାରଣ ସମ୍ପାଦକ ଶ୍ରୀ ବାଘ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ