ଓଡ଼ିଶା ହୁଇଲ ଚେୟାର କ୍ରିକେଟ ଦଳରେ ହିଞ୍ଜିଳି ବ୍ଲକର ଖେଳାଳୀ

ହିଞ୍ଜିିଳିକାଟୁ,(ଶେଷଦେବ ସାହୁ)ମଧ୍ୟପ୍ରଦେଶର ଗ୍ୱାଲିଅର ଠାରେ ଚଳିତ ମାସ ୬ ତାରିଖ ଠାରୁ ପ୍ରଥମ ଥର ପାଇଁ ଆନ୍ତଃରାଜ୍ୟ ହୁଇଲ ଚେୟାର କ୍ରିକେଟ ଟୁର୍ନାମେଟଂ ଆରମ୍ଭ ହେବାକୁ ଯାଉଥିବା ବେଳେ ସେଥି ନିମନ୍ତେ ଏକ ୧୫ ଜଣିଆ ଓଡ଼ିଶା ହୁଇଲ ଚେୟାର କ୍ରିକେଟ ଦଳ ଗ୍ୱାଲିଅର ଗ୍ରସ୍ତ କରିଛନ୍‌ତି । ଉକ୍ତ ଟିମ୍‌ରେ ହିଞ୍ଜିଳି ବ୍ଲକର ନନ୍ଦିଳ ଗ୍ରାମର ନିକୁ ପ୍ରଧାନ ସ୍ଥାନ ପାଇଛନ୍ତି । ନନ୍ଦିକ ଗ୍ରାମର ଠାକୁରାଣୀ ସାହିର କବି ପ୍ରଧାନ ଓ ମଞ୍ଜୁଳା ପ୍ରଧାନଙ୍କ ପୁଅ ନିକୁ ପ୍ରଧାନ(୨୪) ପ୍ରଥମେ ଗାଁ ପ୍ରାଥମିକ ବିଦ୍ୟାଳୟ ପରେ ଯାମୁନୀ ହାଇସ୍କୁଳରୁ ମାଟ୍ରିକ ପାସ କରିବା ପରେ ସେ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରେ +୨ ପାସ କରିବା ପରେ କିଛି ବର୍ଷ ପୂର୍ବେ ଭୂବନେଶ୍ୱର ଚାଲିଯାଇଥିଲେ ଓ ସେଠାରେ ସେ ଗ୍ରାଜୁଏସନ କରିଥିଳେ ଏହି ସମୟରେ ସେ ଦିବ୍ୟାଙ୍ଗ କଟ୍ରୋଂଲ ବୋର୍ଡ଼ ଅଫ ଇଣ୍ଡିଆ ଦ୍ୱାରା ମନୋନୀତ ହୋଇ ସେଠାରେ ସେ ହୁଇଲ ଚେୟାର କ୍ରିକେଟ ଅଭ୍ୟାସ କରିଥିଲେ ।ବର୍ତମାନ ନିକୁ ପ୍ରଥମ ଆନ୍ତଃରାଜ୍ୟ ହୁଇଲ ଚେୟାର କ୍ରିକେଟ ଟୁର୍ନାମେଟଂ ଖେଳିବା ପାଇଁ ଗ୍ୱାଲିଅର ଗ୍ରସ୍ତରେ ଅଛନ୍ତି ।ନିକୁଙ୍କ ପିଲା ବେଳୁ କ୍ରିକେଟ ପ୍ରତି ଆଗ୍ରହ ଥିବା ବେଳେ ସେ ଜନ୍ମରୁ ପୋଲିଓ ଯୋଗୁଁ ଦୁଇ ଗୋଡ ସମ୍ପୁର୍ଣ କ୍ଷତି ହୋଇଥିବା ଯୋଗୁଁ ସେ ସାଧାରଣ କ୍ରିକେଟ ଖେଳିପାରିନଥିଳେ ମଧ୍ୟ କ୍ରିକେଟ ଖେଳ ପ୍ରତି ଯଥେଷ୍ଟ ଆଗ୍ରହ ଥିଲାବେଳେ ଦିବ୍ୟାଙ୍ଗ କଟ୍ରୋଂଲ ବୋର୍ଡ଼ ଅଫ ଇଣ୍ଡିଆ ଦ୍ୱାରସ୍ଥ ପରେ ସେଠାରୁ ସେ ମନୋନୀତ ହୋଇ ଦିବ୍ୟାଙ୍ଗ କଟ୍ରୋଂଲ ବୋର୍ଡ଼ ଅଫ ଇଣ୍ଡିଆ ସହାୟତାରେ ସେ ହୁଇଳ ଚେୟାର କ୍ରିକେଯ ଅଭ୍ୟାସ କରିବା ସହ ଚଳିତ ବର୍ଷ ଶ୍ରେଷ୍ଠ ୧୫ ଓଡ଼ିଶା ଟିମ ନିମନ୍ତେ ମନୋନୀତ ହୋଇ ପାରିତିବା ଯୋଗୁଁ ତାଙ୍କ ନିଜ ଗାଁ ନନ୍ଦିକ ଗ୍ରାମରେ ଆନନ୍ଦର ଳହରୀ ଖେଳିଯାଇଛି ।ନିକୁ ଜଣେ ଶ୍ରେଷ୍ଠ ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ ଭାବେ ଦଳରେ ସ୍ଥାନ ପାିଥିବା ବେଳେ ଚଳିତ ଟୁର୍ନାମେଟଂରେ ସେ ନିଶ୍ଚୟ ସଫଳ ହୋଇ ରାଜ୍ୟ ଓ ଗାଁ ପାଇଁ ସମ୍ମାନ ଆଣିବେ ବୋଲି ତାଙ୍କ ସାଙ୍ଗ ସାଥୀ ତଥା ଗ୍ରାମବାସୀ ମାନେ ଆଶା ରଖିଛନ୍ତି ।ସାଧାରଣ ଖେଳାଳୀଙ୍କ ଭଳି ହୁଇଲ ଚେୟାର ଖେଳାଳୀ ମାନଙ୍କୁ ସରକାରୀ ପ୍ରତ୍ସୋହନ ସୁବିଧା ଯୋଗାଇଦେଲେ ସେ ଆହୁରୀ ଆଗକୁ ଯାଇପାରନ୍ତେ ବୋଲି ନିକୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ