ଅଜା ,ନାତୁଣୀ ସଂପର୍କରେ ଲାଗିଲା କଳଙ୍କ

ଅଜା ସାଜିଲା ସଇତାନ । ନିଜର ପ୍ରିୟ ନାତୁଣୀକୁ ପ୍ରଲୋଭନ ଦେଖାଇ ନିଜ ଘରକୁ ଡାକି ଅଜା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସବୁଠାରୁ ହୃଦୟ ବିଦାରକ ଘଟଣା ହେଉଛି ଦୁଷ୍କର୍ମର ଶୀକାର ହୋଇଥିବା ପିଡିତାର ବୟସ ମାତ୍ର ୭ ବର୍ଷ ।ପୁଣୀ ଅଜା ନାତୁଣୀଙ୍କ ସଂପର୍କ । ଅଜାର ବୟସ ମାତ୍ର ୨୨ ବର୍ଷ । ୭ ବର୍ଷର ଝିଅଟି ଦୁନିଆକୁ ଭଲ ଭାବରେ ନଦେଖି କିଛି ଜାଣିବା ପୂର୍ବରୁ ୨୨ ବର୍ଷୀୟ ସଇତାନ ଅଜା ନାତୁଣୀ ସହ ଭିଆଇଲା ଅଦ୍ଭୁତ କାଣ୍ଡ । ସଭ୍ୟ ସମାଜରେ ଜନ୍ମ ହୋଇ ପଶୁ ଠାରୁ ହୀନ କାର୍ଯ୍ୟକରିବା ଘଟଣା ଅଂଚଳେରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ଖବର ଅନୁଯାୟୀ ୭ ବର୍ଷର କୁନି ଝିଅ ନିଜ ଜନ୍ମ କଲା ମା ସହିତ ମାମୁଁ ଘରକୁ ବୁଲିବାକୁ ଆସିଥିଲା । ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ମହିଷା ମର୍ଦ୍ଦିନୀ ମା ଦୂର୍ଗାଙ୍କ ପୂଜାର୍ଚ୍ଚନା ଧୁମଧାମରେ ଚାଲିଥିବା ବେଳେ ବନ୍ଧୁ ବାନ୍ଧବ ସମସ୍ତେ ଭରପୁର ମଜା ଉଠାଉଥିବା ବେଳେ ୨୨ ବର୍ଷୀୟ ଅଜା ନାତୁଣୀଙ୍କୁ ଆଇସକ୍ରିମ ଖୁଆଇବାର ଲୋଭ ଦେଖାଇ ଆଶ୍ରମ ନିକଟ ନିଜ ଘର କୁ ଅଜା ଡାକି ଦୁଷ୍ମର୍ମ କରିଛି । ନାବାଳିକାର ଚିକ୍ରାର ପରେ ଅଭିଯୁକ୍ତ ଅଜା ପଂଚାନନ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।ନାବାଳିକାର ଚିକ୍ରାର ଶୁଣି ଗ୍ରାମବାସୀ ନର ରାକ୍ଷାସ ଅଜା କବଳରୁ ନାବାଳିକା ଜଣକୁ ରକ୍ଷା କରିଥିଲେ । ଏହା ପରେ ପରିବାର ଲୋକେ ଅଭିଯୁକ୍ତ ଅଜା ଓ ନାତୁଣୀ ସଂପର୍କରେ କଳଙ୍କ ଲଗାଇଥିବା ପଂଚାନନଙ୍କୁ ଡେରାବିଶ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ପଂଚାନନକୁ ଗିରଫ କରି ଆଇପିସି ଧାରା ଏବି ଓ ୬ ପୋସ୍କୋ ଆକ୍ଟରେ ମାମଲା ରୁଜୁ କରିଛି ପୋଲିସ । ସରକାରଙ୍କ ତରଫରୁ ଆଇନ କାନୁନ୍‌ରେ କଠୋର ଦଣ୍ଡର ବିଧିବିଧାନ କରାଗଲେ ମଧ୍ୟ ନର ରୁପି ରାକ୍ଷସ ମାନଙ୍କ କବଳରୁ ବଞ୍ଚିପାରୁନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ