ବଜ୍ରପାତରେ ୨ ମୃତ ୨ ଗୁରୁତର
କେନ୍ଦୁଝର ଜିଲ୍ଳା ଆନନ୍ଦପୁର ପୈାରପରିଷଦ ପଦ୍ମପୁରରେ ଏକ କ୍ଷେତରେ କାମ କରୁଥିବା ସମୟରେ ହଠାତ୍ ଘଡଘଡି ସହ ବଜ୍ରପାତ ହୋଇଥିଲା । ଏଥିରେ କାମ କରୁଥିବା ବେଳେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ପରିଚୟ ଆନନ୍ଦପୁର ବ୍ଲକ ବାଉଁଶଗଡ ଗ୍ରାମର ଦୁଶାସନ ନାୟକ , ଓ ଭାଗବତ ନାୟକ ବୋଲି ଜଣାପଡିଛି । ସେହିପରି ପଦ୍ମପୁର ନିକଟରେ ବସିଥିବା ବେଳେ ବଜ୍ରପାତରେ ଗୁରୁତର ହୋଇଥିଲେ । ଗୁରୁତର ଙ୍କୁ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତିକରାଯାଇଛି ।


