ଓୟୁଜେର 48ତମ ବାର୍ଷିକ ଉତ୍ସବରେ ପୂର୍ବତନ ରାଜ୍ୟ ସଭାପତି

ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱରଠାରେ ଓଡିଶା ସାମ୍ବାଦିକ ସଂଘର 48 ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ଗଂଜାମ ଜିଲ୍ଳା ସାମ୍ବାଦିକ ୟୁନିୟନର ସାଧାରଣ ସମ୍ପାଦକ ସଦାଶିବ ପଣ୍ଡାଙ୍କ ତତ୍ୱବାଧାନ ରେ ରବିବାର ଓୟୁଜେ ର ପୂର୍ବତନ ରାଜ୍ୟ ସଭାପତି ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଛନ୍ତି । ଶ୍ରୀ ପାଣିଗ୍ରାହୀଙ୍କୁ ଅନୁଷ୍ଠିତ ଉତ୍ସବରେ ଯୋଗଦେଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଏବଂ ବିଦ୍ୟୁତ ଓ ଗୃହ ବିଭାଗ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟନ ଦିବ୍ୟ ଶଙ୍କର ମିଶ୍ର ମାନପତ୍ର ଓ ଉପଢୌକନ ସହସମ୍ବର୍ଦ୍ଧିତ କରିଛନ୍ତି । ଯାହାକି ଗଞ୍ଜାମ ଜିଲ୍ଲା ପାଇଁ ଗୌରବର କଥା । ଏଥିରେ ରାଜ୍ୟ କାର୍ଯ୍ୟ କାରିଣୀ ସମ୍ପାଦକ ରବୀନ୍ଦ୍ର କୁମାର ମିଶ୍ର,ବରିଷ୍ଠ ସାମ୍ବାଦିକ ସୁଦର୍ଶନ ନାୟକ,ଏବଂ ଅଶୋକ କୁମାର ମହାଙ୍କୁଡ,ଅର୍ଜୁନପଣ୍ଡା, ସୁଶାନ୍ତ କୁମାର ସାହୁ ଓ ଅନ୍ୟ ବହୁ ସଦସ୍ୟ ଗଞ୍ଜାମ ଜିଲ୍ଲାରୁ ଏହି ଉତ୍ସବ ରେ ଯୋଗଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ