ଔଷଧ ବ୍ୟବସାୟୀଙ୍କ ପରୋଲକ
ଛତ୍ରପୁର, (ଓ୍ବାଇଏନ୍ଏସ୍):ଛତ୍ରପୁର ସହରର ଜଣେ ବିଶିଷ୍ଟ ଔଷଧ ବ୍ୟବସାୟୀ ଶଶାଙ୍କ ଭୂଷଣ ଦାଶ(୬୪)ଙ୍କ ହୃଦ୍ଘାତରେ ମୃତ୍ୟୁ ଘଟିଛି । ଗତକାଲି ରାତିରେ ତାଙ୍କରି ବ୍ୟାରେକ୍ ସାହି ସ୍ଥିତ ବାସଭବନରେ ମୃତ୍ୟୁ ବେଳେ ପତ୍ନୀ ସବିତା, ଏକମାତ୍ର ପୁତ୍ର ସୁବ୍ରତ, ଝିଅ ପୂର୍ଣ୍ଣିମା,ଜ୍ୱାଇଁ ପ୍ରବୀଣ, ସାନଭାଇ ସୁଧାଂଶୁ ଭୂଷଣ, ଭାଇ ବୋହୂ ଅନୀତା, ପୁତୁରା ସତ୍ରବ୍ୟତ, ଝିଆରୀ ଅବନ୍ତିକା, ନାତିନାତୁଣୀ, ପରିବାର ବର୍ଗ ଏବଂ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ସେ ଜଣେ ମେଳାପି, ବନ୍ଧୁ ବାତ୍ସଲ୍ୟ, ପରୋପକାରୀ ଭାବେ ଛତ୍ରପୁର ସହରରେ ଜଣାଶୁଣା ଥିଲେ । ତାଙ୍କରି ମୃତ୍ୟୁରେ ସହରରେ ଏକ ଶୋକର ଛାୟା ଖେଳିଯାଇଛି । ତାଙ୍କ ଶେଷ ଦର୍ଶନ ଲାଗି ବାସଭବନ ଠାରେ ସହରର ବହୁ ବୁଦ୍ଧିଜୀବୀଙ୍କ ସମାଗମ ରହିଥିଲା । ଏକମାତ୍ର ପୁତ୍ର ସୁବ୍ରତ ମୁଖାଗ୍ନୀ ଦେଇଥିଲେ ।