କଂଗ୍ରେସରୁ ବଡ଼ଖେମୁଣ୍ଡ ରଜାକୁମାରଙ୍କ ଇସ୍ତଫା
ଦିଗପହଣ୍ଡି (ଯୁଗାବ୍ଦ ନ୍ୟୁଜ୍): ବଡ଼ଖେମୁଣ୍ଡି ରାଜକୁମାର ତଥା କଗ୍ରେସ ନେତା ଶ୍ରୀଧର ଦେଓ ମଙ୍ଗଳବାର ତାଙ୍କ ସମର୍ଥକଙ୍କ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦିଗପହଣ୍ଡି ବ୍ଲକ୍ ଖେମୁଣ୍ଡି କାଳୁଆ ଶକ୍ତିପୀଠଠାରେ କୁକୁଡ଼ାଖଣ୍ଡି ଓ ଦିଗପହଣ୍ଡି ବ୍ଲକ୍ରବହୁ ସଂଖ୍ୟକ କଂଗ୍ରେସ କର୍ମୀ ଏକାଠି ହୋଇଥିଲେ । ସେଠାରେ ଆୟୋଜିତ ସଭାରେ ଶ୍ରୀଧର ତାଙ୍କ ଅସନ୍ତୋଷ ପ୍ରକାଶ କରିଥିଲେ । ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ସେ ଟିକେଟ ପାଇବେ ବୋଲି ଆଶା କରିଥିଲେ । କଂଗେସ ଦଳର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ତାଙ୍କ ଟିକେ କାଟିବାକୁ ଚକ୍ରାନ୍ତ କରି ସେଥିରେ ସଫଳ ହୋଇଥିବା ସେ କହିଥିଲେ । ନିଖିଳ ଭାରତ କଂଗ୍ରେସ କମିଟି ସଭାପତି ରାହୁଳ ଗାନ୍ଧି ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିବା କହିଥିଲେ । ଗତ ୨୦୦୯ ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରମୁଖ ଦାବିଦାର ଶ୍ରୀଧରଙ୍କୁ ଟିକେଟ ଦିଆନଯିବାରୁ ସେ କଂଗ୍ରେସ ଛାଡ଼ିଥିଲେ । ଭାଜପାରୁ ସେ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ । ପରେ ଦଳର ନିର୍ଦ୍ଦେଶ ଅନୁଯାୟୀ ସମସ୍ତ କାର୍ଯକ୍ରମରେ ସାମିଲ ହୋଇଥିଲେ । ତାଙ୍କ ପ୍ରତି ଦଳୀୟ ନେତୃତ୍ୱ ଅନ୍ୟାୟ କରିଥିବା କହିଛନ୍ତି । ଶ୍ରୀଧର ପିସିସି ସଭାପତିଙ୍କ ବିରୋଧରେ କିଛି ମନ୍ତବ୍ୟ ଦେଇନଥିବାବେଳେ ଜିଲ୍ଲା କଂଗ୍ରେସ କାର୍ଯ୍ୟକର୍ତ୍ତା ଓ ଟିକେଟ ବଣ୍ଟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦର୍ଳୀ ନେତୃବୃନ୍ଦଙ୍କୁ ସମାଲୋଚନା କରିଥିଲେ । ଶ୍ରୀଧର କେଉଁ ଦଳକୁଯିବେ ଘୋଷଣା କରିନଥିଲେ ମଧ୍ୟ ସେ ଖୁବ୍ଶୀର୍ଘ ଭାଜପାରେ ଯୋଗ ଦେଉଥିବା ତାଙ୍କ ସମର୍ଥକ କହିଛନ୍ତି । ପ୍ରତି ପଞ୍ଚାୟତରେଥିବା ତାଙ୍କ ସମର୍ଥକ ଓ ଶୁଭେଚ୍ଛୁଙ୍କ ସହିତ ଆଲୋଚନାକରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି । ଶ୍ରୀଧରଙ୍କୁ ସମର୍ଥନ ଜଣାଇ ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି ସିଏଚ୍ଚ ଶଙ୍କର ସୁବୁଦ୍ଧି, ଫାସିଗୁଡ଼ା ପଞ୍ଚାୟତ ସମିତି ସଭ୍ୟ ଶିବରାମ ପ୍ରଧାନ, ପୂର୍ବତନ ସରପଞ୍ଚ ସୀମାଞ୍ଚଳ ପ୍ରଧାନ, ପୂର୍ବତନ କାଉନସିଲର ନୃସିଂହଚରଣ ବେହେରାଙ୍କ ସମେତ ବିଭିନ୍ନ ପଞ୍ଚାୟତର କଂଗ୍ରେସ କାର୍ଯ୍ୟକର୍ତ୍ତା ଦଳରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି ।