କଂଗ୍ରେସରେ ମିଶିଲେ ବିଜେଡି ନେତା ଓ କର୍ମୀ
ରାଜନଗର, (ଯୁଗାବ୍ଦ ନ୍ୟୁଜ) :ରାଜନଗର ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି କୁରୁଂଟି ପଚାଂୟତର ଅମର ସ୍ୱାଇଁ, ପ୍ରଭାତ ପ୍ରଧାନ, ଶୁକଦେବ ସେଠୀ, ନିରଂଜନ ମଥାନ, ଦେବବ୍ରତ ମହାରଥୀ, ସତ୍ୟବ୍ରତ ପ୍ରଧାନ, ବ୍ରଜକିଶୋର ପରିଡା, ଅଂଜନକୁମାର ସ୍ୱାଇଁଙ୍କ ସହ କରୁଂଟି ଗ୍ରାମର ୩୬ପରିବାର, ନୋଧାବସନ୍ତ ଗ୍ରାମର ସୁକାନ୍ତ ଦାସଙ୍କ ନେତୃତ୍ୱରେ ୧୧ଟି ପରିବାର, ନାଥପୁର ଗ୍ରାମର ଚିତରଂଜନ ଜେନାଙ୍କ ନେତୃତ୍ୱରେ ୭ଟି ପରିବାରଙ୍କ ସହ ବିଭିନ୍ନ ଗ୍ରାମରୁ ଶତାଧିକ ପରିବାର ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସନ୍ତୋଷ ମହାନ୍ତି, ଦେବେନ୍ଦ୍ର ଜେନା, ଅରୁଣ ରାଉତ, ରଂଜନ ମହାନ୍ତି, ଦିଲ୍ଲୀପ ସିଅ, ବନମାଳୀ ସ୍ୱାଇଁ, ପବିତ୍ର ନାୟକ ଦଳର ବହୁ କର୍ମକର୍ତା ଯୋଗଦେଇଥିଲେ । ବିଧାୟକ ପ୍ରାର୍ଥୀ ଶ୍ରୀ ମହାନ୍ତି ସେମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଅପରପକ୍ଷରେ ବିଜେଡିରେ କଂଗ୍ରେସ କର୍ମୀ ସାମିଲ ହେଉଥିବାରୁ ବିଧାୟକ ପ୍ରାର୍ଥୀ ଶ୍ରୀ ମହାନ୍ତି ନିର୍ବାଚନ ମଣ୍ଡଳୀର ଲୋକମାନଙ୍କୁ ଭୂଆଁ ବୁଲାଇବାକୁ ଯାଇ ବିଜେଡିରେ ନଥିବା ଲୋକମାନଙ୍କୁ ସାମିଲ କରିଥିବା ଚର୍ଚ୍ଚା ହେଉଛି ।


