କଂଗ୍ରେସର ଖଗେଶ୍ୱରୀ ଓ ଭାଜପାର ରାଜେଶ୍ୱରୀ ଚେୟାରମ୍ୟାନ ପ୍ରାର୍ଥିନୀ ଭାବେ ନାମାନଙ୍କନ ପତ୍ର ଦାଖଲ କଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କଂଗ୍ରେସ ଦଳ ତରଫରୁ ଖଗେଶ୍ୱରୀ ବେହେରା ଓ ଭାଜପା ଦଳ ତରଫରୁ ମାବିଡି ରାଜେଶ୍ୱରୀ ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିର ଚେୟାରମ୍ୟାନ ପ୍ରାର୍ଥିନୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିବାର ଜଣାପଡିଛି । ଆଜି ନାମାଙ୍କନ ପତ୍ର ଭରିବାର ଶେଷ ଦିବସରେ ଊଭୟ ଦଳର ପ୍ରାର୍ଥିନୀ ମାନେ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଂଗ୍ରେସର ଚେୟାରମ୍ୟାନ ପ୍ରାର୍ଥିନୀ ଖଗେଶ୍ୱରୀ ବେହେରା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରୁ ଏକ ବିଶାଳ ପଟୁଆରରେ ବାହାରି ନଗର ପରିକ୍ରମା କରି ପୌରପରିଷଦ କାର୍ଯ୍ୟାଳୟ ଠାରେ ପହଞ୍ଚି ନାମାଙ୍କ ଭରିଥିଲେ । ଏଥିରେ ଜିଲ୍ଲା କଂଗ୍ରେସର ଉପସଭାପତି ବସନ୍ତ କୁମାର ପଣ୍ଡା, ଯୁବ କଂଗ୍ରେସର ଜିଲ୍ଲା ସଭାପତି ସୂର୍ଯ୍ୟନାରାୟଣ ପାତ୍ର, ପୂର୍ବତନ ପୌର ଉପାଧ୍ୟକ୍ଷ ତଥା ବରିଷ୍ଠ ନେତା ସଞ୍ଜୟ କୁମାର ଅଧିକାରୀ, ସଂଗ୍ରାମ ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ପଟୁଆରରେ ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ । ସେହିପରି ଭାଜପା ଦଳ ତରଫରୁ ପୌରାଧ୍ୟକ୍ଷ ପ୍ରାର୍ଥିନୀ ଭାବେ ମାବିଡି ରାଜେଶ୍ୱରୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜିଲ୍ଲା ଭାଜପା କାର୍ଯ୍ୟାଳୟରୁ ଜିଲ୍ଲା ଭାଜପା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ସହ ରାଜେଶ୍ୱରୀ ବିରାଟ ପଟୁଆରରେ ବାହାରି ନଗର ପରିକ୍ରମା କରି ପୌରପରିଷଦ କାର୍ଯ୍ୟାଳୟ ଠାରେ ପହଞ୍ଚି ନାମାଙ୍କନ ଭରିଥିଲେ । ଏହି ନାମାଙ୍କ ପତ୍ର ଦାଖଲ ବେଳେ ବିଧାୟକ ଶ୍ରୀରାଓଙ୍କ ସମେତ ବହୁ ଭାଜପା ନେତା ଉପସ୍ଥିତଥିଲେ । ଉଭୟ ପ୍ରାର୍ଥିନୀ ମାନେ ପୃଥକ ପୃଥକ ଭାବେ ନିଜ ନିଜ ଦଳୀୟ ନେତା ଓ କର୍ମୀମାନଙ୍କ ଗହଣରେ ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣାଙ୍କୁ ନାମାଙ୍କ ପତ୍ର ଦାଖଲ କରିଥିବାର ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ୧୬ଗୋଟି ୱାର୍ଡର କାଉନସିଲର ପ୍ରାର୍ଥି/ପ୍ରାର୍ଥିନୀ ମାନେ ମଧ୍ୟ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ