କଂଗ୍ରେସର ପରିବର୍ତ୍ତନ ସମାବେଶ: ରାଜ୍ୟର ଭାଗ୍ୟ ପରିବର୍ତ୍ତନ ପାଇଁ ୧୦ ବର୍ଷ ଯଥେଷ୍ଟ : ପିସିସି ସଭାପତି

ବନ୍ତ (ଯୁଗାଦ୍ଧ ନିଜ୍ୟୁ) : ସାଧାରଣ ନିର୍ବାଚନ ପରିପେକ୍ଷୀରେ ବନ୍ତ ହାଟପଡିଆ ଠାରେ କଂଗ୍ରେସ ପକ୍ଷରୁ ବିଶାଳ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପିସିସି ମୁଖପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପରିଚାଳନାରେ ଆୟୋଜିତ ସମାବେଶରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ତଥା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ ରାଜ୍ୟର ଭାଗ୍ୟ ପରିବର୍ତ୍ତନ ପାଇଁ ୧୦ ବର୍ଷ ଯଥେଷ୍ଟ ବୋଲି କହିଥିଲେ । ମୋଦି ଓ ନବୀନ ସରକାର ରାଜ୍ୟବାସୀଙ୍କୁ ପ୍ରତାରଣା କରିଛନ୍ତି । ଏବେ ୮୫ ଲକ୍ଷ ଯୁବକ ବେକାର ହୋଇ ରାସ୍ତାରେ ବୁଲୁଛନ୍ତି । ୧୮ ବର୍ଷ ମଧ୍ୟରେ ଚାଷୀଙ୍କୁ ଏକ ଟଙ୍କା ଦେଇ ନାହାନ୍ତି । କଂଗ୍ରେସ ଆସିଲେ ମାଆ ଭଉଣୀ ମାନେ ସୁରକ୍ଷିତ ରହିବେ ବୋଲି ସେ କହିଥିଲେ । ସେହିପରି ସିପିଆଇ କେନ୍ଦ୍ରୀୟ କାର୍ଯ୍ୟକାରୀ ସଭ୍ୟ ଦିବାକର ନାୟକ ଯୋଗ ଦେଇ ଭାରତ ବର୍ଷରେ ଦୁଇଟି ରାକ୍ଷସ ଅଛନ୍ତି । ଜଣେ ମୋଦି ଆଉ ଜଣେ ନବୀନ ବୋଲି କହିଥିଲେ । ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ସୁବ୍ରତ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ରାମ ଚନ୍ଦ୍ର ଖୁଣ୍ଟିଆ, ପିସିସି ଉପସଭାପତି ଅନନ୍ତ ପ୍ରସାଦ ସେଠୀ, ପିସିସି ମୁଖପାତ୍ର ମନୋଜ ମହାପାତ୍ର, ଲୋକସଭା ପ୍ରାର୍ଥୀ ମଧୁମିତା ସେଠୀ, ଉଦୟ ନାରାୟଣ ନନ୍ଦ, ପ୍ରାକ୍ତନ ବିଧାୟକ ପଞ୍ଚାନନ ମଣ୍ଡଳ, ସିପିଆଇ ଜିଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ଫକୀର ଚରଣ ବିଶ୍ୱାଳ, ସିପିଆଇ ଜୋନ୍ ସହ ସମ୍ପାଦକ ପରମେଶ୍ୱର ବାରିକ, ଆନନ୍ଦ ଚନ୍ଦ୍ର ଓଝା, ଲିଗାଲ ଏଡ ଅଧ୍ୟକ୍ଷ ରତିକାନ୍ତ ମହାପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷା ନିରୁପମା ରାଉତ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମୀଧର ସାହୁ, ରବିନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତିକୁ ତୀବ୍ର ସମାଲୋଚନା କରିବା ସହ କେନ୍ଦ୍ରରେ ରାହୁଲ ଓ ରାଜ୍ୟରେ ନିରଞ୍ଜନଙ୍କୁ ସରକାର ଗଠନରେ ସହଯୋଗ କରିବାକୁ ନିବେଦନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁ, ଶିକ୍ଷାବିତ୍ ଡଃ.ବଦ୍ରୀନାଥ ପଟ୍ଟନାୟକ, ପ୍ରେମାନନ୍ଦ ନାୟକ, ରମାକାନ୍ତ ରାଉତ, ସ୍ମୃତି ରଞ୍ଜନ ସ୍ୱାଇଁ, ନିରଞ୍ଜନ ମଲ୍ଲିକ, ଅନନ୍ତ ଦାସ, ବିଜୟ ଜେନା, ମଣିଭଦ୍ର ବିଶ୍ୱାଳ, ହରମୋହନ ବେହେରା, ସେକ୍ ମୁସ୍ତାକ୍ ଅଲ୍ଲୀ ଖାଁ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଇଂ.ଲକି ମାଷ୍ଟର ସ୍ୱାଇଁ, ମାର୍କଣ୍ଡ ବେହେରା, ଜ୍ୟୋତି ରଞ୍ଜନ ନାୟକ, ସୁଧାଂଶୁ ଶେଖର ନାୟକ, କାହ୍ନା ନାୟକଙ୍କ ସମେତ ଅନ୍ୟ ମାନେ ସହାୟତା କରିଥିଲେ । ପ୍ରାରମ୍ଭରେ ବନ୍ତ ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନ୍ ଅଧିନ ୨୫ଟି ପଞ୍ଚାୟତରୁ ହଜାର ହଜାର ସିପିଆଇ ଓ କଂଗ୍ରେସ କର୍ମୀ ବିଶାଳ ଶୋଭାଯାତ୍ରାରେ ଆସି ସଭାସ୍ଥଳରେ ପହଞ୍ôଚ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ