କଂଗ୍ରେସ୍ ଓ ବିଜେଡିର ଶକ୍ତି ପ୍ରଦର୍ଶନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : -ପଞ୍ଚାୟତ ମହଲଢେଇ ପାଇଁ ସରଗରମ ରାଜନୀତି ଭୋଟର କୁ ମନାଇବାପାଇଁ ଚାଲିଛି ଅନେକ ରଣକୌଶଳ କାନ୍ଥ ବାଡ଼ରେ ପୋଷ୍ଟର ବେନର ଲଗାଇ ଆରମ୍ଭ ହୋଇଯାଇଛି ରୋଡସୋ । ଏପରି କିଛି ରାୟଗଡ଼ ହାଟରେ ଦେଖିବାକୁ ମିଳିଛି । ଉଭୟ କଂଗ୍ରେସ ଓ ବିଜେଡି ନିଜନିଜର ୧୩ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରାୟଗଡ ବ୍ଲକ ଅଫିସ ପାଖରୁ ବାହାରି ହାଟ ପର୍ଯ୍ୟନ୍ତ ପରିକ୍ରମକରି ଭୋଟ ଭିକ୍ଷା କରିଥିବା ଦେଖିବାକୁ ମିଳିଛି । ବିଜେଡି ପକ୍ଷରୁ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆର୍ ବିଜୟ କୁମାର ଓ ଜିଲ୍ଲା ମହିଳା ସଭାନେତ୍ରୀ ପୂର୍ଣାବସି ନାୟକଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ଉକ୍ତ ରୋଡସୋ କରି ବିଜେଡ଼ିର ୧୩ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥିନି ଗୌତମୀ ଜନୀଙ୍କ ନିମନ୍ତେ ଭୋଟ ଭିକ୍ଷା କରିଥିବା ବେଳେ କଂଗ୍ରେସ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଅବହେଳା କରିନଥିଲା ଯୁବ କଂଗ୍ରେସ ନେତା ତଥା ବ୍ଲକ କଂଗ୍ରେସ କମିଟି ଉପସଭାପତି ମଫିଏଲ୍ ସ୍ୱାଲସିଂ ଙ୍କ ନେତୃତ୍ୱରେ ଆଦିବାସୀ ପାରମ୍ପରିକ ନୃତ୍ୟରେ ଶହଶହ କର୍ମୀଙ୍କ ସହ ବାଇକ୍ କାର ର ବିଶାଳ ଶୋଭାଯାତ୍ରା କରି ରାୟଗଡ଼ ଜିଲ୍ଲା ପରିଷଦର ୧୩ ନଂ ଯୋନର କଂଗ୍ରେସ ପ୍ରାର୍ଥୀନୀ ଶ୍ରୀମତୀ ମାହେଶ୍ୱରୀ ଦେବୀ(ପିଙ୍କି) ଙ୍କ ନିମନ୍ତେ ଭୋଟ ଭିକ୍ଷା କରିଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ