ରଜନୀ ଓ ମୀନକେତନଙ୍କ ମଧ୍ୟରେ ଜୋରଦାର ପ୍ରଚାର

ବନ୍ତ, (ଚାନ୍ଦିନୀ ମହାନ୍ତି) :-ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରାର୍ଥୀ ମାନଙ୍କର ଘର ଘର ବୁଲି ନିର୍ବାଚନ ପ୍ରଚାର ସେତେ ଜୋରଦାର ହେବାରେ ଲାଗିଛି । ଏପରିପେକ୍ଷୀରେ ବନ୍ତ ବ୍ଲକ ନିଳୋକ ପଞ୍ଚାୟତରେ ବିଜେଡି ସମର୍ଥୀତ ସରପଞ୍ଚ ପ୍ରାର୍ଥିର୍ନୀ ରଜନୀ ସେଠୀ ଓ ସମିତି ସଭ୍ୟ ପ୍ରାର୍ଥୀ ମୀନକେତନ ଜେନାଙ୍କ ପ୍ରଚାର ଜୋରଦାର ହେବାରେ ଲାଗିଛି । ଏହି ଦୁଇ ପ୍ରାର୍ଥୀଙ୍କର ନିର୍ବାଚନୀ ପ୍ରଚାରକୁ ସରପଞ୍ଚ ଅଶୋକ କୁମାର ମହାନ୍ତି, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବଟକୃଷ୍ଣ ମହାନ୍ତି ଓ ପଞ୍ଚାୟତ ବିଜେଡି ସଭାପତି ପଦ୍ମନାଭ ନାୟକଙ୍କ ସମେତ ବହୁ ବରିଷ୍ଠ ନେତୃତ୍ୱ ମାନେ ପରିଚାଳନା କରୁଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ଏଠାରେ ବିଜେଡି ସମର୍ଥୀତ ପ୍ରାର୍ଥୀ ବିଜୟଲାଭ କରି ବହୁ ବିକାଶମୂଳକ କାର୍ଯ୍ୟ କରିଆସିଛି । ବହୁ ଲୋକଙ୍କର ବିଭିନ୍ନ ସମସ୍ୟାର ସମାଧାନ କରାଯାଇପାରିଛି । ଏଥିସହ ରାଜ୍ୟରେ ନବୀନ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାକୁ ଭୋଟର ମାନଙ୍କ ପାଖରେ ପହଞ୍ଚାଇ ଦଳୀୟ ସମର୍ଥୀତ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବା ପାଇଁ ନେତୃତ୍ୱଙ୍କ ସମେତ କର୍ମୀ ମାନେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ଏଠାରେ କଂଗ୍ରେସ ଓ ସିପିଆଇ ମେଣ୍ଟ ଏବଂ ବିଜେପି ପକ୍ଷରୁ ପ୍ରାର୍ଥୀ ମାନେ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଶାସକ ଦଳର ପ୍ରାର୍ଥୀ ମାନେ ପଞ୍ଚାୟତର ବିକାଶ ରଥକୁ ଆଗେଇ ନେବାରେ ସହଯୋଗ କରିବାକୁ ଭୋଟର ମାନଙ୍କୁ ନିବେଦନ କରୁଥିବା ଦେଖାଯାଇଛି । ଏହି ପଞ୍ଚାୟତରେ ମୋଟ ୧୧ଟି ୱାର୍ଡ ଥିବା ବେଳେ ପ୍ରତ୍ୟେକ ୱାର୍ଡରେ ବିଜେଡି ସମର୍ଥୀତ ପ୍ରାର୍ଥୀ ମାନେ ଆଗୁଆ ରହିବେ ବୋଲି ନେତୃତ୍ୱ ମାନେ ଆଶାବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ