କଂଗ୍ରେସ ଗଡ଼ ଭାଙ୍ଗିଲା ବିଜେଡ଼ି : ବିଜେପି ହତାଶ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲାର ମୋହନା ବ୍ଲକରେ ୨୬ ତାରିଖରୁ ଘୋଷଣା ଆରମ୍ଭ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ । ପଞ୍ଚାୟତ ନିର୍ବାଚନର ଫଳାଫଳ ଘୋଷଣା ଆରମ୍ଭ  ହୋଇଥିବା ବେଳେ ଗଜପତି ଜିଲ୍ଲାର ଅନେକ ସ୍ଥାନରେ ବିଜେଡି ବହୁ ପରିମାଣରେ ବିଜୟୀ ଲାଭ କରି ନିଜର ଦବଦବା ବଜାୟ ରଖିଛି । ବିଜେଡି ଗଡ଼ ବିଜୟ କରିଥିବା ବେଳେ ଅଡ଼ବା ଜୋନ ନଂ ୮ରେ ବିଜେଡ଼ି ପ୍ରାର୍ଥୀ କୁନ୍ତଳା ମଳିକ ୫ହଜାର ୪ ଶହ ୮୨ଭୋଟ ଅଧିକା ପାଇ ବିଜୟ ଲାଭ କରିଛନ୍ତି । କଂଗ୍ରେସ ଚଳିତ ପଞ୍ଚାୟତ ନିର୍ବାଚନରେ ଅଡ଼ବା ଜୋନରେ ଗଡ଼କୁ ରକ୍ଷା କରିପାରିନାହିଁ । ଯାହାଫଳରେ ବିଜେଡ଼ି କଂଗ୍ରେସର ଗଡ଼ ଭାଙ୍ଗି ନିଜର ଆଧିପତ୍ୟ ବଜାୟ ରଖିବାରେ ସକ୍ଷମ ହୋଇପାରିଛି । ଯାହାକି ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ଗୁରୁମନ୍ତ୍ର ଏଠାରେ କାମ କରିପାରିଲା ନାହିଁ ବୋଲି ଅଞ୍ଚଳବାସୀ କହିଛନ୍ତି ।  ଅଡ଼ବା ଜୋନରେ ସମିତି ସଭ୍ୟ ପଦବୀ ପାଇଁ ୧୫ଟି ପଞ୍ଚାୟତ ପାଇଁ ଆବେଦନ କରିଥିଲେ ୮୮ଜଣ । ସେଥିମଧ୍ୟରୁ ନିଜ ନିଜର ଗଡ଼ ଜିତିଛନ୍ତି ୧୫ଜଣ ସରପଞ୍ଚ । ସେଥିମଧ୍ୟରୁ ୫୧ଜଣ ଆବେଦନ କରିଥିବା ବେଳେ ଭୋଟର ଚୟନ କରିଛନ୍ତି ୧୫ଜଣ ନୂଆ ମୁହଁ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ