ନଦୀ ଗାଁ ଠାରେ ମାତୃପିତୃ ପୂଜନ ଉତ୍ସବ

ଧାମନଗର, (ସନ୍ତୋଷ ପ୍ରଧାନ) : -ଭଦ୍ରକ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ଧାମନଗର ବ୍ଲକ ନଦୀ ଗାଁ ଠାରେ ପବିତ୍ର ମାତୃପିତୃ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସନ୍ଥ ଶ୍ରୀ ଆଶାରାମଜୀ ବାପୁ ଅନୁପ୍ରାଣିତ ସେବା ସମିତି ଦ୍ଵାରା ପରିଚାଳିତ ଉତ୍ସବରେ ଗାଁର ଅନେକ ମାତାପିତା ଯୋଗଦେଇଥିଲେ । କାର୍ଯ୍ୟକ୍ରମ ରେ ହିମାଂଶୁ ଶେଖର ବାରିକ, ଚନ୍ଦନ କୁମାର ଦାସ, ସୁକାନ୍ତ ନାୟକ, ଜିତେନ୍ଦ୍ର କୁମାର ନାୟକ, ଅମରିଶ ମହାନ୍ତି, ତପନ କୁମାର ଓଝା ପ୍ରମୁଖ ଉପସ୍ଥିତ ରହି ଆଜିକା ସମୟରେ ସମସ୍ତେ ମାତାପିତାଙ୍କୁ ଦେବତାଙ୍କ ପ୍ରତିମା ଭାବି ପୂଜା କରିବା ଉଚିତ ବୋଲି କହିଥିଲେ । ଏଥିରେ ମାତାପିତାଙ୍କ ଉପସ୍ଥିତ ସନ୍ତାନ ସନ୍ତତି ମାନେ ପୁଷ୍ପ, ଧୂପ, ଦୀପ, ଚନ୍ଦନ ଓ ନୈବିଦ୍ୟରେ ପୂଜାର୍ଚ୍ଚନା କରିଥିଲେ । ବିଶେଷ କରି ଫେବୃଆରୀ ୧୪ଦିନ ସନ୍ତାନ ମାନେ ନିଜ ମାତାପିତାଙ୍କୁ ସ୍ୱତନ୍ତ୍ର ଭାବେ ବୈଦିକି ବିଧି ଅନୁଯାୟୀ ପୂଜା କରିବାକୁ ସମିତି ତରଫରୁ ପରାମର୍ଶ ଦିଆଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ