କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଲେ ସୁମିତ୍ରା ଜେନା
କଂଗ୍ରେସ ର ପ୍ରାର୍ଥୀନି ସୁମିତ୍ରା ଜେନା ଆଜି କଂଗ୍ରେସ ଦଳରେ ବିଶୃଙ୍ଖଳା କାରଣରୁ ଦଳ ଛାଡିଥିବା ନେତ୍ରୀ ଆଜି ଶଙ୍ଖ ଧରିଛନ୍ତି । ବିଜୁ ଜନତା ଦଳର ସୁପ୍ରିମୋଙ୍କ ସହ ନବୀନ ନିବାସରେ ଭେଟି ସେ ବିଦ୍ଧିବଧ ଭାବେ ବିଜେଡିରେ ମିଶିଛନ୍ତି । ସୁମିତ୍ରା ଜେନା ଭଦ୍ରକ ଆସନ ପାଇଁ ଆଶାୟୀ ଥିଲେ କିନ୍ତୁ କଂଗ୍ରେସ ପିସିସି ନିରଞ୍ଜନ ପଟ୍ଟନାୟକଙ୍କ ଏକଚାଟିଆନୀତି ପାଇଁ ସେ ଦଳ ତ୍ୟାଗ କରିଥିବା ସେ କହିଛନ୍ତି ।କଂଗ୍ରେସ ଦଳ ତରଫରୁ ୫୨ ଜଣ ମହିଳାଙ୍କୁ ଟିକେଟ ମିଳିଥିବା ବେଳେ ସୁମିତ୍ରା ଜେନା ଙ୍କୁ ଟିକେଟ ନଦେଇ ଆଲୋଚନା ବାରମ୍ଭାର କରିଥିଲେ । ଶେଷରେ ତାଙ୍କୁ ନିରାଶ ହେବାକୁ ପଡିଥିଲା । ୫୨ ବିଧାନସଭା ଓ ୮ ଲୋକସଭା ଆସନ ପ୍ରାର୍ଥୀ ମାନଙ୍କ ମଧ୍ୟରେ ୧୦ ପ୍ରତିଶତ ମହିଳା କେବେ ମଧ୍ୟ ରାଜନୀତି ରେ ପାଦ ଥାପିନାହାନ୍ତି ସେମାନଙ୍କୁ ଦଳ ଟିକେଟ ଦେଇଛି ।


