କଂଗ୍ରେସ ପାର୍ଥୀ ପ୍ରଦୀପ ସାହୁଙ୍କ ରୋଡ୍ ଶୋ

ବେଗୁନିଆ (ଜୁଗାବ୍ଦ ନ୍ୟୁଜ୍‍):ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାର୍ଥୀ ପ୍ରଦୀପ ସାହୁ ବେଗୁନିଆ ବ୍ଲକର ୨୩ନଂ ଜିଲାପରିଷଦ ଜୋନ ଅନ୍ତର୍ଗତ ୬ଟି ପଞ୍ଚାୟତ ଯଥା ରାଧାକାନ୍ତପୁର, ଦୁର୍ଗାପୁର କୁଞ୍ଜୁରୀ, ବେଗୁନିଆ, ରାଉତପଡ଼ା ଓ ଡ଼ିଙ୍ଗର ପଞ୍ଚାୟତର ସମସ୍ତ ଗ୍ରାମକୁ ରୋଡ ଶୋ ମାଧ୍ୟମରେ ଜନସମ୍ପର୍କ ଯାତ୍ରା କରିଛନ୍ତି । ଭୁବନେଶ୍ୱର ଲୋକସଭା ସାଂସଦ ପାର୍ଥୀ କମ୍ୟୁନିଷ୍ଟର ଜନାର୍ଦ୍ଦନ ପତି ତାଙ୍କ ସହିତ ଏହି ରୋଡ ଶୋରେ ଯୋଗ ଦେଇଥିଲେ । କଂଗ୍ରେସ ଏବଂ କମ୍ୟୁନିଷ୍ଟର ଏକ ବାଇକ ଶୋଭାଯାତ୍ରାରେ ବାହାରି ୬ଟି ପଞ୍ଚାୟତର ଗ୍ରାମଗୁଡ଼ିକ ପରିକ୍ରମା କରି ସେ କଂଗ୍ରେସ ଦଳର ସ୍ଥାନୀୟ ପାର୍ଥୀ ହୋଇଥିବାରୁ ଏବଂ କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ନେଇ ଲୋକଙ୍କ ନିକଟରେ ପହଞ୍ଚି କଂଗ୍ରେସକୁ ଭୋଟ ଦେବାପାଇଁ ଭୋଟରଙ୍କୁ ନିବେଦନ କରିଥିଲେ । ଦୁର୍ଗାପୁର ପଞ୍ଚାୟତର ଗୁଡ଼ୁମ୍ ଠାରେ ଏହି ଶୋଭାଯାତ୍ରା ଶେଷ ହୋଇଥିଲା । ଏହି ରୋଡ଼ଶୋରେ ବେଗୁନିଆର ପୂର୍ବତନ ସରପଞ୍ଚ ନବକିଶୋର ସ୍ୱାଇଁ, ଡିଙ୍ଗର ସରପଞ୍ଚ ଶିବପ୍ରସାଦ ଦାସ, ଲୋଚନ ପ୍ରଧାନ, ପଦ୍ମନାଭ ଖାଡ଼ାଙ୍ଗା, ସାରଅ ସରପଞ୍ଚ ସୁଦର୍ଶନ ବେହେରା, ଦୁର୍ଗାପୁର ସମିତିସଭ୍ୟ ଅଶୋକ ସେନାପତି, ପୂର୍ବତନ ବ୍ଲକ ଯୁବକଂଗ୍ରେସ ସଭାପତି ମହମଦ୍ ମଇଉଦ୍ଦିନ୍ ଖାଁ ଙ୍କ ସମେତ ବହୁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଯୋଗଦେଇ ମାଟି ମା’ର ପୁଅକୁ ଭୋଟ ଦେବାପାଇଁ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ