କଂଗ୍ରେସ ଲୋକସଭା ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ପ୍ରଚାର
ମାର୍ଚ୍ଚ (ଯୁଗାବ୍ଦ ନ୍ୟୁଜ୍) : ବାଲେଶ୍ୱରର କଂଗ୍ରେସ ଲୋକସଭା ପ୍ରାର୍ଥୀ ଶ୍ରୀ ନବଜ୍ୟୋତି ପଟ୍ଟନାୟକ ତାଙ୍କର ପ୍ରଚାର ବସ୍ତା ବିଧାନସଭା ନିର୍ବାଚନ କ୍ଷେତ୍ରର ନଳବାହାର ଆରମ୍ଭ କଲେ । ସେ ଏକ ବିଶାଳ ଭାଯାତ୍ରାରେ ବାହାରି ବାଲେଶ୍ୱର ଜିଲ୍ଲାର ବିକାଶ ନିମନ୍ତେ ନିଜର ଜନ ସାଧାରଣଙ୍କ ନିକଟରେ ନିଜ ଭିଜନ ରଖିଥିଲେ । ସୁନ୍ଦରହାଟ ଗ୍ରାମରେ କଂଗ୍ରେସ ପ୍ରତି ଜନତାଙ୍କ ପ୍ରତିକ୍ରିୟା ଅତ୍ୟନ୍ତ ଉତ୍ସାହଜନକ ଥିଲା ।ଏଆଇସିସିର ରାହୁଲ ଵଳ, ବିଧାୟକ ପ୍ରାର୍ଥୀ ବିଜନ ନାୟକ, ମହିଳା କଂଗ୍ରେସ ନେତ୍ରୀ ମାନସୀ, ଜିଲ୍ଲା ମହିଳା କଂଗ୍ରେସ ନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି ପ୍ରଭୃତି ମଞ୍ଚରେ ଉପସ୍ଥିତ ଥିଲେ । ଲୋକମାନେ କଂଗ୍ରେସ ଗ୍ୟାରେଣ୍ଟିର କାର୍ଡ ଉତ୍ସାହର ସହ ଭରିଥିଲେ । ପାନୀୟ ଜଳର ଅଭାବ ସ୍ଥାନୀୟ ଅଂଚଳବାସୀପାଇଁ ବହୁତ ବଡ ସମସ୍ୟା, ଗ୍ୟାରେଣ୍ଟି କାର୍ଡରେ ପ୍ରତି ଘରକୁ ପାନୀୟ ଜଳ ଯୋଗାଣର ସୁବିଧା ଲୋକଙ୍କୁ ଖୁସି କରିଛି । ଶ୍ରୀ ପଟ୍ଟନାୟକ ପରେ ମଠାଣୀ ଓ ବାହାରଡା ଗ୍ରାମ ଅଭିମୁଖେ ଗସ୍ତ କରିଥିଲେ । ସେଠାରେ ସେ ଲୋକ ମାନେ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓ ନୂଆ ବାଲେଶ୍ୱରରେ ବିକାଶର ଧାରାକୁ କିପରି ତ୍ଵରାନିତ୍ଵ କରିହେବ ସେ ନିଜର ବ୍ୟକ୍ତବ୍ୟରେ ରଖିଥିଲେ ।ସଦାନନ୍ଦପୁତ୍ର, ପତ୍ରଝଡା, ଦାରଦା ଓ ନଈକୁଡି ଗ୍ରାମରେ ମଧ୍ୟ ସେ ବାଲେଶ୍ୱର ଜିଲ୍ଲାର ଭିଜନ ସମ୍ପର୍କରେ ଦୋହରାଇଥିଲେ । ଲୋକଙ୍କ ଅଭୁତ ପୂର୍ବ ଉତ୍ସାହ ଓ ଶ୍ରଦ୍ଧା ବାଲେଶ୍ୱର ଜିଲ୍ଲାର ଉନ୍ନତି ପାଇଁ କଠିନ ପରିଶ୍ରମ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଜନତାଙ୍କ ସମର୍ଥନ ଦେଖି ଏଥର ବାଲେଶ୍ୱର ପରିବର୍ତ୍ତନ ହେବ ନିଶ୍ଚିତ ଜଣାପଡୁଛି ।