କଇଠଖଣ୍ଡି ପଞ୍ଚାୟତରେ ଯକ୍ଷ୍ମା ରୋଗ ନିରାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ କୁ  ସମ୍ପୂର୍ଣ୍ଣ ଯକ୍ଷ୍ମା ରୋଗ ମୁକ୍ତ କରିବା ଉଦ୍ଦେଶ୍ୟରେ ସୋମବାର ଠାରୁ ୫ ଦିନ ବ୍ୟାପୀ ପଞ୍ଚାୟତ ସ୍ତରୀୟ ଯକ୍ଷ୍ମା ରୋଗ ଚିହ୍ନଟ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏଥି ଉପଲକ୍ଷେ ଆୟୋଜିତ ସଭାରେ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୈାଡ ଅଧ୍ୟକ୍ଷତା କରିଥିଲେ।  ଯକ୍ଷ୍ମା ରୋଗ ନିରାକରଣ ସଚେତନତା କାର୍ଯ୍ୟକ୍ରମରେ ବମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଡା. ସୁଚସ୍ମିତା ଚୌଧୁରୀ , ଯକ୍ଷ୍ମା ନିରାକରଣ ଯୋଜନା ର ଜିଲା ସଂଯୋଜକ ବିଦେଶୀ ଜେନା , ବରିଷ୍ଠ ଯକ୍ଷ୍ମା ପରିଦର୍ଶକ ପୂର୍ଣ୍ଣଚନ୍ଦ୍ର ସେଠୀ , ପ୍ରଫୁଲ୍ଲ ମିଶ୍ର , ତଲାସିଂ ଗ୍ରାମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ଡ଼ା. ଏସ୍ . ଶିବପ୍ରସାଦ ପାତ୍ର , ସିଏଚଓ ପ୍ରଭାତ କୁମାର ସାହୁ , ସୁକାନ୍ତି ବେହେରା , ସହକାରୀ ଆୟୁର୍ବେଦ ଚିକିତ୍ସକ ବିଜୟଲକ୍ଷ୍ମୀ ପୃଷ୍ଟି ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ମଞ୍ଚାସୀନ ଅତିଥି ବୃନ୍ଦ ଏହି ୫ ଦିନ ସମସ୍ତ ଅଙ୍ଗନୱାଡ଼ି କର୍ମୀ , ଆଶାକର୍ମୀ , ସ୍ବାସ୍ଥ୍ୟକର୍ମୀ, ମେଡିକାଲ ଅଫିସର , ୱାର୍ଡ ସଭ୍ୟ , ଶିକ୍ଷୟତ୍ରୀ ଶିକ୍ଷକ ମାନେ ଶୋଭାଯାତ୍ରାରେ ପ୍ରତ୍ୟେକ ଗ୍ରାମ ପରିକ୍ରମା କରି ଲୋକଙ୍କୁ ଏନେଇ ସଚେତନ କରାଇବା ସହ ରୋଗୀ ଚିହ୍ନଟ କରିବା ସଙ୍ଗେ ସଙ୍ଗେ ସେମାନଙ୍କ କଫ ନମୁନା ସଂଗ୍ରହ କରି ପରୀକ୍ଷା ପରେ ତାହାର ସଠିକ ନିରାକରଣ କରାଯାଇ ଔଷଧ ପ୍ରଦାନ କରିଯିବ ବୋଲି କହିଥିଲେ । ଯାହାଫଳରେ ଆସନ୍ତା ୬ ମାସ ମଧ୍ୟରେ କଇଠଖଣ୍ଡି ପଞ୍ଚାୟତକୁ ସମ୍ପୂର୍ଣ୍ଣ ଯକ୍ଷ୍ମା ରୋଗ ମୁକ୍ତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଉପସ୍ଥିତ ସ୍ଵାସ୍ଥ୍ୟ ଅଧିକାରୀ ବୃନ୍ଦ କହିବା ସହ ଯକ୍ଷ୍ମା ବିରୋଧରେ ଲଢେଇ ପାଇଁ ଉପସ୍ଥିତ ଜନସାଧାରଣ ଙ୍କୁ ଶପଥ କରାଯାଇଥିଲା । ପ୍ରଥମ ଥର ପାଇଁ ପଞ୍ଚାୟତରେ ସରପଞ୍ଚ  ଏଭଳି ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିବାରୁ ସାଧାରଣରେ ଖୁବ୍ ପ୍ରଶଂସା କରାଯାଇଛି । ସରପଞ୍ଚ ଆମ ପଞ୍ଚାୟତ ପାଇଁ ଗୈାରବ ବୋଲି ଉପସ୍ଥିତ ଗ୍ରାମବାସୀ ସ୍ଵାସ୍ଥ୍ୟ ଅଧିକାରୀ ମାନଙ୍କୁ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ