କଏଦୀଙ୍କ ଚୋରା ମୋବାଇଲ ଜଗିବ ଫୋନ ଡିଟେକ୍ଟ

ଭୁବନେଶ୍ବର : ଏଣିକି ଜେଲରେ ଅପରାଧୀମାନଙ୍କ ଚୋରା ମୋବାଇଲକୁ ଜଗିବ ମୋବାଇଲ ଫୋନ ଡିଟେକ୍ଟର। ରାଜ୍ୟର ୯୧ଟି ଜେଲରେ ଲାଗିବ ମୋବାଇଲ ଫୋନ ଡିଟେକ୍ଟର । ଜେଲରେ ରହୁଥିବା ଅପରାଧୀମାନଙ୍କ ସଂଖ୍ୟାକୁ ଦେଖି ଦିଆଯିବ ମୋବାଇଲ ଡିଟେକ୍ଟର ମେସିନ । ଏହି ଯୋଜନାକୁ ଚଳିତ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ କରାଯିବା ନେଇ ସୂଚନା ରହିଛି । ଏନେଇ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଜେଲ୍‌ କର୍ମଚାରୀ ଜେଲ୍‌ ଭିତରକୁ ଆଉ ମୋବାଇଲ୍‌ ନେଇ ପାରିବେନି । ଜେଲ ଭିତରକୁ ଯିବା ପୂର୍ବରୁ ମୋବାଇଲକୁ ଜେଲର ୱାର୍ଡରଙ୍କ ନିକଟରେ ଦାଖଲ କରି ଭତରକୁ ଯିବେ କର୍ମଚାରୀ । ଜେଲ୍‌ ଭିତରେ କଏଦୀମାନେ ମୋବାଇଲ୍‌ ବ୍ୟବହାର ହେଉଥିବା ଖବର ବାରମ୍ବାର ସାମ୍ନାକୁ ଆସିବା ପରେ ଜେଲ୍‌ ବିଭାଗ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ