ଭ୍ରମଣକାରୀ ଶ୍ରୀଲଙ୍କାକୁ ୭ ଓ୍ଵିକେଟରେ ପରାସ୍ତ ଟିମ୍ ଇଣ୍ଡିଆ
ଇନ୍ଦୋର- ପ୍ରଥମ ଟି-୨୦ ବର୍ଷା ଯୋଗୁଁ ଧୋଇ ହୋଇଯିବା ପରେ ଆଜି ଦ୍ଵିତୀୟ ଟି-୨୦ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ପାଇଁ ଇନ୍ଦୋର ଷ୍ଟାଡିୟମରେ ପାଗ ଶୁଖିଲା ରହିଥିବା ଜଣାପଡ଼ିଛି। ଏହି ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଉଭୟ ଦଳ ଆଉ ଦୁଇଟି ମ୍ୟାଚ ଖେଳିବେ। ଆଉ ଦୁଇଟି ମ୍ୟାଚ ଥିବାରୁ ଦୁଇ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ଵପୂର୍ଣ୍ଣ ରହିବ। ତେଣୁ ଉଭୟ ଦଳ ଏହି ମ୍ୟାଚକୁ ଜିତିବାକୁ ପ୍ରୟାସ କରିବେ। ଟିମ୍ ଇଣ୍ଡିଆ ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ପଡ଼ିଆକୁ ଓହ୍ଲାଇବ। ଦଳକୁ ଶିଖର ଧଓ୍ଵନ ଓ ଯଶପ୍ରୀତ ବୁମରାହ ଫେରିଥିବା ବେଳେ ରୋହିତ ଶର୍ମାଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯାଇଛି । ସୂଚନାଅନୁସାରେ ଭାରତ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଦ୍ଵିତୀୟ ମ୍ୟାଚରେ ଭାରତ ସହଜ ବିଜୟ ସହିତ ନିଜର ଅଭିଯାନ ଆରମ୍ଭ କରିଛି। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ଦ୍ଵିତୀୟ ଟି-୨୦ ମ୍ୟାଚରେ ଭାରତ ଭ୍ରମଣକାରୀ ଶ୍ରୀଲଙ୍କାକୁ ୭ ଓ୍ଵିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା କୁଶଲ ପେରେରା ସର୍ବାଧିକ ୩୪ ରନ ବଳରେ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୪୨ ରନ କରିବାକୁ ସକ୍ଷମ ହୋଇଥିଲା ଶ୍ରୀଲଙ୍କା ଦ୍ଵାରା ଧାର୍ୟ୍ୟର ୧୪୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ଲୋକେଶ ରାହୁଲ(୪୫), ଶ୍ରେୟସ ଆୟର(୩୪), ବିରାଟ କୋହଲି ଅପରାଜିତ(୩୦) ଓ ଶିଖର ଧାଓ୍ଵନ(୩୨)ଙ୍କ ଇନିଂସ ବଳରେ ୧୭.୩ ଓଭରରେ ମାତ୍ର ୩ ଓ୍ଵିକେଟ୍ ବିନିମୟରେ ହାସଲ କରି ନେଇଛି। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି। । ଆଜିର ମ୍ୟାଚରେ ଭାରତ ପକ୍ଷରୁ ସଫଳ ବୋଲର ଭାବେ ଶାର୍ଦ୍ଦୁଳ ଠାକୁର ୩, ନବଦୀପ ସାଇନି ୨ ଓ କୁଲଦୀପ ଯାଦବ ୨ ଓ୍ଵିକେଟ୍ ନେଇଛନ୍ତି। ଶୃଙ୍ଖଳାର ଅନ୍ତିମ ତଥା ତୃତୀୟ ମ୍ୟାଚ୍ ଜାନୁଆରୀ ୧୦ରେ ପୁଣେରେ ଖେଳାଯିବ।


