କଚେରୀ ହତାରେ ବର-ଅଶ୍ୱତ୍ଥ ବୃକ୍ଷ ବିବାହ ବାର୍ଷିକ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର କଚେରୀ ହତା ପରିସରରେ ଥିବା ବର-ଅଶ୍ୱତ୍ଥ ବୃକ୍ଷଙ୍କ ଦଶମ ବିବାହ ବାର୍ଷିକୀ ଆଜି ବିଭିନ୍ନ କର୍ମକାଣ୍ଡ ମଧ୍ୟରେ ପାଳିତ ହୋଇଯାଇଛି । ୧୦ବର୍ଷ ପୂର୍ବେ ଅର୍ଥାତ ୨୦୧୪ ମସିହା ମଇମାସ ୧୩ ତାରିଖରେ ଏହି ବର-ଅଶ୍ୱଥ ବୃକ୍ଷର ବିବାହ କରାଯାଇଥିଲା । କଚେରୀ ହତା ଷ୍ଟାମ୍ପ ଭେଣ୍ଡର ତ୍ରିଦୋଷ ପତି ଓ ପାନଦୋକାନୀ ପୁରୁଷୋତ୍ତମ ବେହେରା ୧୬ ବର୍ଷ ପୂର୍ବେ ଏହି ଦୁଇବୃକ୍ଷ ରୋପଣ କରିଥିଲେ । ଦୁଇ ବୃକ୍ଷ ବଢ଼ିବା ସହିତ ଉଭୟଙ୍କ ଡାଳ ଯୋଡ଼ିବା ପରେ ୨୦୧୪ ମସିହାର ଆଜିର ଦିନରେ ଭେଣ୍ଡର ଆସୋସିଏସନ, ମୋହରିର ସଂଘ, ଓକିଲ ଓ ସ୍ଥାନୀୟ ଦୋକାନୀଙ୍କ ସହଯୋଗରେ ଏହି ବୃକ୍ଷ ବିଭାଘର ଅନୁଷ୍ଠିତ ହୋଇଥିଲା ବୋଲି ବରକର୍ତ୍ତା ଶ୍ରୀ ପତି ସୂଚନା ଦେଇଛନ୍ତି । ଶନିବାର ଆୟୋଜିତ ବିବାହ ବାର୍ଷିକ କର୍ମକାଣ୍ଡ ସମ୍ପାଦନରେ ପୁରୋହିତ ଶ୍ରୀ ପତି ଓ ପତ୍ନୀ ତପସ୍ୱିନୀ ପତି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୟାଧର ବେହେରା, ରମାକାନ୍ତ ଗିରି, ସବିତା ଜେନା, ପୁରୁଷୋତ୍ତମ ବେହେରା, ବୁଲୁ ସୂତାର, ଲକ୍ଷ୍ମୀନାରାୟଣ ପୁହାଣ, ପୀତାମ୍ବର ବରାଳ, ବସନ୍ତ କୁମାର ଜେନା, ରମାକାନ୍ତ ସାହୁ, ଲାଲ ମୋହନ ପାଣିଗ୍ରାହୀ, ତ୍ରୟନାଥ ବାଗ, ଦେବଜିତ ଜେନା, ମନୋଜ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିିଲେ । ବିଧି ଅନୁସାରେ ଉଭୟ ବୃକ୍ଷକୁ ପୂଜାର୍ଚ୍ଚନା କରାଯାଇଥିଲା ।