କଟକଣାକୁ ମାନୁନାହାଁନ୍ତି ଟ୍ରଲର ବିପଦରେ ଅଲିଭ ରିଡ଼େଲ କଇଁଛ
ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ମୁହାଁ ଏବେ ବିରଳ ଅଲିଭ ରିଡ଼େଲ କଇଁଛ। ଆଉ କିଛି ଦିନ ମଧ୍ୟରେ ସେମାନଙ୍କ ସଙ୍ଗମ ସହ ଅଣ୍ଡାଦାନ ଆରମ୍ଭ ହେବ। ଅସ୍ତରଙ୍ଗ ଦେବୀ ନାସି ଠାରୁ କେଳୁଣୀ ମୁହାଣ ମଧ୍ୟରେ ସାମୁଦ୍ରିକ କଇଁଛଙ୍କ ଭିଡ଼ ଲାଗିଲାଣି । କଇଁଛ ଙ୍କ ଆଗମନ ସ୍ଥାନୀୟ ଅଂଚଳ ର ପରିବେଶବିତ ମାନଙ୍କୁ ବେଶ ଖୁସି କରିଛି। କିନ୍ତୁ ଏହି ଉପକୂଳ ଅଞ୍ଚଳ ରେ ଅବାଧ ରେ ବେଆଇନ ଟ୍ରଲର ଚଳାଚଳ ଯୋଗୁଁ ଟ୍ରଲର ର ଜାଲ ରେ ପଡ଼ି, ଟ୍ରଲର ର ପଙ୍ଖା ରେ ମାଡ଼ ହୋଇ ଶହ ଶହ ଅଲିଭ ରିଡ଼େଲ କଇଁଛ ଅକାଳରେ ପ୍ରାଣ ହରାଉଛନ୍ତି ।ହଜାର ହଜାର ମାଇଲ ଅତିକ୍ରମ କରି ଏହି ବିରଳ ଅଲିଭ ରିଡଲେ କଇଁଛ ଅଣ୍ଡାଦାନ କରିବାକୁ ଅସ୍ତରଙ୍ଗ ଉପକୂଳ ଅଞ୍ଚଳ ରେ ପହଂଚିଛନ୍ତି। କଇଁଛ ଙ୍କ ସୁରକ୍ଷା ପାଈଁ ନଭେମ୍ବର ୧ରୁ ମେ ୩୧ପର୍ଯ୍ୟନ୍ତ ଦେବୀ ନାସି ରୁ କେଳୁଣୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର ଉପକୂଳରୁ ୨୦କିଲୋମିଟର ଯାଏଁ ସରକାର ଙ୍କ ପକ୍ଷରୁ ମାଛ ଧରାକୁ ନିଷେଧ କରାଯାଇଛି। ବନ ବିଭାଗ, କୋଷ୍ଟଗାର୍ଡ, ମସ୍ଚ୍ୟବିଭାଗ ଓ ସାମୁଦ୍ରିକ ଥାନା ପକ୍ଷରୁ ମିଳିତ ପଦକ୍ଷେପ ନିଆଯାଉଛି। ଏଥିପାଈଁ ସରକାର ଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଅସ୍ତରଙ୍ଗ ର ଦେବୀ ନାସି ଠାରୁ କେଳୁଣୀ ମୁହାଣ ପର୍ଯ୍ୟନ୍ତ ଚିତ୍ର ସମ୍ପୂର୍ଣ ଭିନ୍ନ। ଏଠାରେ ବେଆଇନ ଭାବେ ଟ୍ରଲର ବେଧଡକ ଭାବେ ମାଛ ମାରୁଛନ୍ତି ।ଯାହାକୁ ନେଇ ସ୍ଥାନୀୟ ପରିବେଶବିତ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ସରକାର ଏ ଦିଗରେ ଦୃଷ୍ଟି ଦେଇ ଉପକୂଳ ଅଞ୍ଚଳ ରେ ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ଗୁଡ଼ିକୁ ଜବତ କରିବା ସହିତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି।