କଟକଣା ଭିତରେ ପାରଳାରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ସହରର ଶ୍ରୀଜଗନ୍ନାଥ ମନ୍ଦିର ଚତୁପାଶ୍ୱର୍ରେ ୧୪୪ଧାରାର କଡାକଡି କଟକଣା ମଧ୍ୟରେ ୩ ଠାକୁରଙ୍କ ଦେବସ୍ନାନ ପୁର୍ଣ୍ଣିମା ଓ ହାତୀ ବେଶ ଉତ୍ସବ ପାଳିତ ହୋଇଯାଇଛି । ଗତକାଲି ସନ୍ଧ୍ୟା ୭ଘଣ୍ଟା ଠାରୁ ଆଜି ସନ୍ଧ୍ୟା ୭ଘଣ୍ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିଛି । କୋଭିଡ୍‌-୧୯ ଗାଇଡ୍‌ଲାଇନ ଅନୁଯାୟୀ ସ୍ନାନ ପୂର୍ଣ୍ଣିମାରେ ମନ୍ଦିରର ଚତୁପାଶ୍ୱର୍ରେ ୧୦୦ମିଟର ପରିଧି ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଏଠାରେ ପୋଲିସ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜିର ଏହି ସ୍ନାନ ପୂର୍ଣ୍ଣିମାରେ ପୂଜକ ତଥା ସେବାୟତମାନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ବିଶେଷ କିମ୍ବା ସରକାରୀ ଅଧିକାରୀ ଯୋଗ ଦେଇ ନଥିଲେ । ଆଜି ଭୋରରୁ ୩ ଠାକୁରଙ୍କ ପହଣ୍ଡି କରାଯାଇ ସ୍ନାନ କରାଯାଇଥିଲା । ପରେ ହାତୀ ବେଶରେ ସଜା ଯାଇଥିଲା । ସାଧାରଣଙ୍କ ଦର୍ଶନ ନିଷେଧ ଥିଲା । ତେଣୁ ଜିଲ୍ଲା ପ୍ରଶାସନ ତରଫରୁ ଏହି ସ୍ନାନଯାତ୍ରାର ଭିଡିଓ ସାଧାରଣଙ୍କ ପାଇଁ ପ୍ରସାରଣ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ