କଟକରୁ ଆଉ ୧୦ ପଜିଟିଭ
କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ଶନିବାର ଆଉ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୪ ସରକାରୀ କ୍ୱାରେଣ୍ଟାଇନ, ୫ ହୋମ କ୍ୱାରେଣ୍ଟାଇନ ଓ ଜଣେ ଲୋକାଲ କେସ ବୋଲି ଜଣାଯାଇଛି । ଆ୍ରକାନ୍ତଙ୍କ ମଧ୍ୟରୁ ୪ ଜଣ କୋରାନା ଯୋଦ୍ଧା ହୋଇଥିବାବେଳେ ସମସ୍ତେ ଏସସିବି ଆଇସୋଲେସନରୁ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଜଣେ ସ୍ଥାନୀୟ ଆକ୍ରାନ୍ତ ଦିୱାନ ବଜାରର ବୋଲି ସୂଚନା ମିଳିଛି । ରାଜ୍ୟରେ ଶନିବାର ଆଉ ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନ କେନ୍ଦ୍ରରେ ୩୮୪ ଥିବାବେଳେ ୧୮୬ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି


