କଟକରେ ମନ୍ଦିର ଖୋଲିବା ନିଷ୍ପତି କାଏମ

କଟକ, (ଦୀପକ୍ କୁମାର ବେଉରା):କଟକ ସିଟିରେ ଏବେବି ମନ୍ଦିର ଖୋଲିବା ନେଇ ଜାରି ରହିଛି କଳ୍ପନାଜଳ୍ପନା । କେବେ ଖୋଲିବ କଟକ ସହରର ପ୍ରମୁଖ ମନ୍ଦିର । ଏନେଇ ଗତକାଲି ଜିଲ୍ଲାର ସମସ୍ତ ମନ୍ଦିର କୋଭିଡ ଗାଇଡ଼ ଲାଇନ ଆଧାରରେ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।ଆଉ ଏହାରି ମଧ୍ୟରେ ସହରର ପ୍ରମୁଖ ମନ୍ଦିର ଖୋଲିବା ପ୍ରସଙ୍ଗ ଉପରେ ସିଏମସି ଉପରେ ଦାୟିତ୍ବ ଦେଇଛି ଜିଲ୍ଲା ପ୍ରଶାସନ । ତେବେ ଆଜି (ବୁଧବାର) ଶାନ୍ତି କମିଟି ଓ ପୂଜା କମିଟି ସହ ବୈଠକ ରେ ହୋଇଥିବା ଆଲୋଚନାରେ କୌଣସି ବାଟ ବାହାରି ପାରିନାହିଁ।ସେପଟେ ସମସ୍ତଙ୍କ ମତ ମନ୍ଦିର ଖୋଲିବା ପାଇଁ ରହିଥିଲା ବେଳେ ଏହା ଉପରେ ସବୁଜ ସଙ୍କେତ ଦେଇ ନାହାନ୍ତି ସିଏମସି କମିଶନର ଅନନ୍ୟା ଦାସ । ତେବେ ଏନେଇ ଚୂଡାନ୍ତ ନିଷ୍ପତି ନିଆଯିବ ଓ ତାହାପରେ କଟକର ପ୍ରମୁଖ ଚଣ୍ଡି ମନ୍ଦିର ଆଦି ଖୋଲିବା ନେଇ ନିଷ୍ପତି ନିଆଯିବ ବୋଲି କହିଛନ୍ତି CMC କମିସନର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ