କଟକ ଦୁଗ୍ଧ ସଂଘ ସଭାପତିଙ୍କ କେନ୍ଦ୍ରାପଡା ଜିଲ୍ଲା ଗସ୍ତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କଟକ ଦୁଗ୍ଧ ସଂଘ ପରିଚାଳନା ପରିଷଦ ସଭାପତି ଆର୍ତତ୍ରାଣ ପତି ଗୁରୁବାର କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି ପହଞ୍ଚିଥିଲେ । ଦୁହୁରିଆସି୍ଥତ କେନ୍ଦ୍ରାପଡା ଦୁଗ୍ଧ ଶୀତଳୀକରଣ କେନ୍ଦ୍ରକୁ ପରିଦର୍ଶନ ସହ ଶାଖା ପରିଚାଳକ ଚିତରଞ୍ଜନ ପଣ୍ଡାଙ୍କ ସହ ଚାଷୀଙ୍କ ସମସ୍ୟା ଓ ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହ ସଭାପତି ଜିଲ୍ଲାର ବିଭିନ୍ନ ସମବାୟ ସମିତିର କର୍ମକର୍ତ୍ତା ଓ ସଭ୍ୟାସଭ୍ୟମାନଙ୍କୁ ଭେଟି ଗୋପାଳନ ଓ ଅନ୍ୟ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ଅବସରରେ ଇଚ୍ଛାପୁରସି୍ଥତ ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ତାଙ୍କୁ ବିଭିନ୍ନ ସମିତି ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିରେ ଜଗତସିଂହପୁରର ପରିଷଦ କର୍ମକର୍ତ୍ତା ଶ୍ରୀକାନ୍ତ ଜେନା, କେନ୍ଦ୍ରାପଡାର ଧନେଶ୍ୱର ରାଉତ ଓ ସୁକାନ୍ତୀ ଦାସ ପ୍ରମୁଖ ସାମିଲ ହୋଇଥିଲେ । କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସମିତିର କର୍ମକର୍ତ୍ତା ଅକ୍ଷୟ କୁମାର ମନ୍ତ୍ରୀ, କବି ପରିଡା, କେଶବ ଦାସ, ଖଗେଶ୍ୱର ରାଉତ, ନିରଞ୍ଜନ ପ୍ରଧାନ, କିଶୋର ସ୍ୱାଇଁ ପ୍ରମୁଖ ସଭାପତି ଶ୍ରୀ ପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।


