କଟକ ଫେରନ୍ତା ୧୧ଦିନ ଧରି ବିଦ୍ୟାଳୟରେ ରହୁଛନ୍ତି,ପ୍ରଶାସନର ସହଯୋଗ ନାହିଁ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଅଂଚଳରେ ଚାରି ଶ୍ରମିକ ନିଜ ଗାଁକୁ କଟକରୁ ସାଇକେଲ ସାହାର୍ଯ୍ୟରେ ୩୫୦କିମି ରାସ୍ତା ଆସି ପହଁଚିଛନ୍ତି । କିନ୍ତୁ ଗାଁକୁ ପହଁଚିବାର ୧୧ ଦିନ ବିତିଯାଇଥିଲେ ସୁଧା ପ୍ରସାସନ ସେମାନଙ୍କ ପାଖରେ ପହଁଚିନାହିଁ । ସୁଚନା ଯୋଗ୍ୟ ଯେ ଜାର୍ଗି ଗ୍ରମାର ଚାରି ଜଣ ଶ୍ରମିକ କଟକରେ ରହିକାମ କରି ନିଜ ଜୀବିକା ନିର୍ବାହ କରି ଆସୁଥିଲେ ।କିନ୍ତୁ କରୋନା ପାଇଁ ଲକଡାଉନ ହୋଇଯିବା ପରେ କାମ ଧନ୍ଦା ନପାଇ କିଛି ଦି ଭୋକ ଉପବାସରେ ରହିଲେ । ତାପରେ ସେମାନେ ମନସ୍ତ କଲେ ଯେ ସାଇକେଲରେ ଗ୍ରାମକୁ ଯିବୁ ଓ ସାଇକେଲରେ ଗାଁ ଅଭିମିଖରେ ବାହାରିଲେ । ସାଇକେଲରେ ଆସି ପ୍ରଥମେ ଫୁଲବାଣି ଜିରିଙ୍ଗପଡା ଠାରେ ଗୋଟିଏ ରାତି ରହିଲେ ଓ ତାପରେ ସେମାନେ ଗାଁ ଅଭିମୁଖେ ବାହାରିଲେ ।ଏହା ପରେ ବାଲିଗୁଡା ବ୍ଲକ ଅନ୍ର୍ଗତ ବାରଖମାରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରେ ପହଂଚି ଡାକ୍ତରଙ୍କୁ କହିଥିଲେ ଆମେ କଟକରୁ ଆସିଥିଲୁ ଓ ଆମକୁ ଚିକିତ୍ସା କରାଯାଉ । ଡାକ୍ତର ସେମାନଙ୍କୁ ଘରକୁ ଯିବା ପାଇଁ କହିଥିଲେ ବୋଲି ଏହି ଚାରୀ ଶ୍ରମିକ କହିଛନ୍ତି । ଗାଁକୁ ଯାଇ ସେମାନେ ନିଜ ଘରକୁ ନଜାଇ ଗାଁ ଲୋକଙ୍କୁ କହିଥିଲେ ଆମେ ଘରକୁ ନଯାଇ ଆମେ ସ୍କୁଲ ଘରେ ରହିବୁ ୧୪ ଦିନ ତାପରେ ଯାଇ ଘରକୁ ଯିବୁ ବୋଲି କହିଥିଲେ । କାରଣ ଆମେ କଟକ ଜିଲ୍ଲାରୁ ଆସିଅଛୁ । ଗାଁ ଲୋକମାନେ ସ୍କୁଲ ଘରର ଚାବି ସେମାନଙ୍କ ଦେଇଥିଲେ । ଏହି ଚାରି ଶ୍ରମିକ ଦୀର୍ଘ ୧୧ ଦିନ ଧରି ବାଲିଗୁଡା ବ୍ଲକ ଅର୍ନ୍ତଙ୍ଗତ ଜାର୍ଗି ଉଚ୍ଚ ପ୍ରକଳ୍ପ ବିଦ୍ୟାଳୟରେ ଗାଁ ଲୋକଙ୍କ ସହାୟତାରେ ରହି ଆସୁଛନ୍ତି । ବର୍ତମାନ ସୁଧା ସେମାନଙ୍କ ପାଖକୁ ପ୍ରସାସନ ଯାଇ ନାହିଁ ବୋଲି ଗାଁ ଲୋକ ସହ ଉକ୍ତ ଚାରୀ ଶ୍ରମିକ କହିଛନ୍ତି । ସେମାନଙ୍କ ପାଖରେ ଖାଇବ ପାଇଁ କିଛି ନାହିଁ ଗାଁ ଲୋକ ଓ କିଛି ବଦ୍ୟାନ ବ୍ୟକ୍ତିମାନେ ଏହି ଖବର ଜାଣି ପାରି ଏହି ଚାରି ଜଣ ଯେପରି ଭୋକରେ ନରହିବେ ସେମାନଙ୍ଖୁ ଖାଦ୍ୟ ସାମଗ୍ରୀ ଦେଇ ଆସୁଛନ୍ତି । ଅଥଚ ପ୍ରଶାସନ ସେମାନଙ୍କ ପାଖରେ କାହିଁକି ଯାଉନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ଶୃଷ୍ଟି ହେଉଛି । ଲକଡାଉନରେ ଫସି ରହିଥିବା ସମସ୍ତ ଶ୍ରମିକ ମାନଙ୍କୁ ବାହାର ରାଜ୍ୟରୁ ଆଣି ପ୍ରଶାସନ ସବୁ ପ୍ରକାର ସୁବିଧାରେ ରଖୁଛନ୍ତି ।କିନ୍ତୁ ଚାରି ଶ୍ରମିକ ଆସି ନିଜେ ନିଜ ବ୍ୟବସ୍ଥାରେ ସଚେତନ ହୋଇ ଘରକୁ ନଯାଇ ନିଜ ବ୍ୟବସ୍ଥାରେ କରିନଣ୍ଟାଇନରେ ରହୁଛନ୍ତି ଅଥଚ ପ୍ରସାସନ କିଛି କରୁ ନାହିଁ