କଟା ମୁଣ୍ଡ ଜବତ,ଜଣେ ଗିରଫ

ପାରଳାଖେମୁଣ୍ଡି,-(ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଗିରଫ ହୋଇଛି । ଶରୀରରୁ ମୁଣ୍ଡ କାଟି ନେଇଥିବା ମୁଣ୍ଡଟିକୁ ପୋଲିସ ଉଦ୍ଦାର କରିଛିି । ଘଟଣାରୁ ପ୍ରକାଶ,ଏହି ଜିଲ୍ଲାର ମୋହନା ଥାନା ମେରାମଲ୍ଲି ପଞ୍ଚାୟତର ମେରେମା ସୌରାସାହି ଗ୍ରାମରେ ଗୁଣିଆ ସନ୍ଦେହରେ ଜଣେ ବୃଦ୍ଧ ଦାସୁ ମଳିକକୁ ଅତି ନିର୍ମମ ଭାବରେ ହତ୍ୟାକରି ମୁଣ୍ଡକୁ କାଟି ନେଇ ହତ୍ୟାକରୀ ଗତ ମଙ୍ଗଳବାର ଦିନ ଫେରାର ଥିଲା । ମୃତକଙ୍କ ପୁଅର ଅଭିଯୋଗକୁ ନେଇ ମୋହନା ଥାନା ପୋଲିସ ତଦନ୍ତ କରି ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ସାନୁଜ ମଲିକ ଓରଫ ସଞ୍ଜୁକୁ ଆଜି ଗିରଫ କରାଯାଇଛି । ହତ୍ୟାକାରୀ ଗତ ମଙ୍ଗଳବାର ଦିନ ମୁଣ୍ଡ କାଟି ନେଇ ନିକଟସ୍ଥ ମେରାଙ୍ଗପୁରି ନୀମକ ଏକ ପାହାଡିଆ ନାଳ ମଧ୍ୟରେ ପୋତି ଦେଇଥିଲା । ପୋଲିସ ହତ୍ୟାକାରୀକୁ ଗିରଫ କରିବା ପରେ ହତ୍ୟାକାରୀ ନାଲରୁ ମୁଣ୍ଡଟିକୁ କୋଳି ବାହାର କରିଥିଲା । କଟା ମୁଣ୍ଡକୁ ଜବତ କରି ହତ୍ୟାକାରୀକୁ କୋର୍ଟକୁ ଚାଲାଣ କରାଯାଇ ଥିବା ମୋହନା ଥାନାଧିକାରୀ ସୁଜିତ କୁମାର ନାୟକ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ