କଣଛାଇରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ

ପୋଲସରା,(ଅନିଲ କୁମାର ମହାରଣା): ଗଂଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର କଣଛାଇ ଗ୍ରାମର ପ୍ରସିଦ୍ଧ ଶୈବପୀଠ ଉତ୍ତରେଶ୍ବର ମନ୍ଦିର ପରିସରରେ ନଭେମ୍ବର ୧୫ ତାରିଖ ଦିନ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କଣଛାଇର ଶିଳ୍ପପତି ସନ୍ତୋଷ କୁମାର ଦାଶ ଓ ପୂର୍ବତନ ସରପଞ୍ଚ ବସନ୍ତ କୁମାର ବେହେରାଙ୍କ ନେତୃତ୍ୱରେ କଣଛାଇ ଗ୍ରାମର ୧୧୪ ପରିବାର ଅନ୍ୟ ଦଳ ପରିତ୍ୟାଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ସହିତ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଜନସମ୍ପର୍କ ଏବଂ ଉନ୍ନୟନ ଓ ଜନହିତକର କାର୍ଯ୍ୟକ୍ରମରେ ଆକୃଷ୍ଟ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିବା ଘୋଷଣା କରିଛନ୍ତି । ଏନେଇ କଣଛାଇ ଉତ୍ତରେଶ୍ବର ମନ୍ଦିର ପ୍ରାଙ୍ଗଣରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ଅନ୍ୟ ଦଳ ତ୍ୟାଗକରି ବିଜେଡିର ଯୋଗଦେଇଥିବା ଯୋଗୁଁ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଜୁ ଜନତା ଦଳ ଆହୁରି ସୁଦୃଢ଼ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବ୍ଲକ ସମ୍ପାଦକ ଅଶୋକ କୁମାର ବିଷୋୟୀ, କଣଛାଇ ସରପଞ୍ଚ ପାଣୁ ନାହାକ, ସମିତି ସଭ୍ୟ ଟୁକୁନା ସାହୁ ଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ