ଛତ୍ରପୁର ମାଟିଖାଲ ସ୍ଥିତ ଭାରତ ସରକାରଙ୍କ ଆଇ .ଆର .ଇ .ଏଲ. ତରଫରୁ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଦେବଦେଳା ଓ ଜୀବା ଗ୍ରାମ ପଞ୍ଚାୟତରେ କୋଭିଡ- ୧୯ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଭାରତ ସରକାରଙ୍କ” କୋଭିଡ-୧୯ ଜନ ଅନ୍ଧୋଳନ”ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟସ୍ଥ ମାଟିଖାଲ ଠାରେ ଥିବା ଆଇ ଆର ଇ ଏଲ ଇଣ୍ଡିଆ ଲିମିଟେଡ ଦ୍ୱାରା ଏକ ଜନ ଜାଗୃତି କାର୍ଯ୍ୟକ୍ରମ ଗଜପତି ଜିଲ୍ଲାରେ ଆରମ୍ଭ ହୋଇଛି l ଏହି କାର୍ଯ୍ୟକ୍ରମ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଆରମ୍ଭ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ: ପି. କେ ପାତ୍ର ଉଦଘାଟନ କରିଥିଲେ l ଜିଲ୍ଲା ପ୍ରୋଗ୍ରାମିଙ୍ଗ ଅଧିକାରୀ ଶ୍ରୀମତୀ ସୌମ୍ୟା ରାଣୀ ଗୌଡ, ଏ ଡି ଏମ୍ ଓ (ପି.ଏଚ୍) ଶ୍ରୀ ନେତ୍ରାନନ୍ଦ ଶତପଥୀ, ଆଇ ଆର ଇ ଏଲ ଈ ଇଣ୍ଡିଆ ଲିମିଟେଡ ର ଓସ୍କ୍lମ୍ ୟୁନିଟ୍ ତରଫରୁ ମେନେଜର (ଇଷ୍ଟ )ସୁଜିତ କୁମାର ମିଶ୍ର ଓ ସୁରେଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ପରବର୍ତ୍ତୀ ସମୟରେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଦେବଦଳା ଓ ଜିବା ପଂଚାୟତରେ ଭାରତ ସରକାରଙ୍କ “କୋଭିଡ-୧୯ ଜନ ଆନ୍ଧଳନ”କାର୍ଯକ୍ରମ ଅନୁଷ୍ଠିତ ହୋଇଥଲା ଏହି ଦୁଇଟି ପଞ୍ଚାୟତର ଜନସାଧାରଣ ମାନଙ୍କୁ କୋଭିଡ ଭଳି ମହାମାରୀ ରଗୋରୁ ନିଜକୁ ଦୂରେଇ ରଖିବା ପାଇଁ ସଦା ବେଳେ ହାତକୁ ସଫା ରଖିବା ମାସ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା,ସାଣ୍ଟାଇଜ କରିବା ସହ ଜନଗହଳପୂର୍ଣ୍ଣ ଠାରୁ ନିଜକୁ ଦୂରେଇ ରଖିବା ପାଇଁ କହି ଥିଲେ l ପରିଶେଷରେ ଭାରତ ସରକାରଙ୍କ ଆଇ ଆର ଇ ଏଲ ଇଣ୍ଡିଆ ଲିମିଟେଡ ଓସ୍କାମ୍ ୟୁନିଟ୍ ପକ୍ଷରୁ ମାସ୍କ ବଣ୍ଟନ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମକୁ ଆଇ ଆର ଇ ଏଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ସୁରେଶ ସାହୁ ଓ ସୁଜିତ କୁମାର ମିଶ୍ର ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ