କଣ୍ଡିିରା ଗୁଳିକାଣ୍ଡ ଘଟଣାରେ ଆଉଜଣେ ଅଭିଯୁକ୍ତକୁ କୋର୍ଟ ଚାଲାଣ
ରାଜନଗର : ରାଜନଗର ବ୍ଲକ କଣ୍ଡିରା ଗୁଳିକାଣ୍ଡ ଘଟଣାରେ ଜଡିତ ଜଣେ ଅଭିଯୁକ୍ତକୁ ରାଜନଗର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ବ୍ଲକ ଚାନ୍ଦିବାଉଁଶମୁଳ ପଚାଂୟତ ଦକ୍ଷିଣଭେଡା ଗ୍ରାମର ପାରେଶ୍ୱର ଦାସଙ୍କ ପୁଅ ପ୍ରଭାତ(୨୫)ଙ୍କୁ ପୋଲିସ କେଶ ନଂ- ୧୧/୧୯ରେ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଥାଉକି, ଜାନୁଆରୀ ମାସ ୨୧ତାରିଖ ଦିନ କଣ୍ଡିରା ଦଳିତ ବସ୍ତିରେ ପଶ୍ଚିମଭେଡା ଗ୍ରାମର ସିପୁଆ ରାଉତ ଦୁଇଟି ରିଭରଭଲ ସହ ଅନ୍ୟ ସାଙ୍ଗମାନଙ୍କୁ ନେଇ ହେମନ୍ତ ସେଠୀକୁ ଖୋଜିଥିଲେ । ଗାଁଲୋକେ ତାକୁ କାବୁକରି ବାନ୍ଧି ପକାଇଥିଲେ । ତାର ଅନ୍ୟ ସାଙ୍ଗମାନେ ତାକୁ ଉଦ୍ଧାର କରିବାକୁ ଯାଇ ବନ୍ଧୁକ ଓ ଭୂଜାଲି ଦେଖାଇ ଗାଁଲୋକଙ୍କୁ ଭୟଭୀତ କରୁଥିବା ଅବସ୍ଥାରେ ବନ୍ଧୁକରୁ ଗୁଳି ଫୁଟି ସେହି ଗାଁର କିଶୋର ସେଠୀର ମୃତ୍ୟୁ ହୋଇଥିଲା । ପୋଲିସ ଗାଁରେ ପହଂଚି ସିପୁଆକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏମାନଙ୍କ ସହିତ ସାମିଲ ଥିବା ସଂଜୟ ବିଶ୍ୱାଳ ଓରଫ ବାବୁକୁ ୨୨ତାରିଖ ଦିନ କୁରୁଂଟି ନିକଟରେ ଏନକାଉଁଟର କରିଥିଲା । ଏହି ଘଟଣାର ଦୁଇମାସ ପରେ ପୋଲିସ ପ୍ରଭାତକୁ ଗିରଫ କରିଛି ।