କଥକାର ବିରଜା ରାଉତରାୟଙ୍କୁ ମିଳିଲା ଇଶ୍ୱରଚନ୍ଦ୍ର ସାହିତ୍ୟ ସମ୍ମାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜନଜୀବନକୁ ସାମାଜିକ ଓ ସାଂସ୍କୃତିକ ପ୍ରଦୂଷଣ ନକରାତ୍ମକ ଦିଗରେ ପ୍ରଭାବିତ କରୁଛି । ସହରୀ ସଭ୍ୟତାରେ ଗାଁ ମାଟିର ବାସ୍ନା ହଜିଯିବାକୁ ବସିଲାଣି । ତେବେ ଗାଁ ସଂସ୍କୃତିକୁ ଆପଣେଇଲେ ହିଁଁ ହଜିଯାଉଥିବା ସମାଜର ସଦଭାବ ଓ ସୁଖ ଶାନ୍ତି ଫେରି ଆସିବ ବୋଲି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ରେ “ସମାଜ ଓ ସଂସ୍କୃତି”ଅନୁଷ୍ଠାନର ୧୮ଶ ବାର୍ଷୀକୋତ୍ସବରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ଗାଁ ମାଟିର ବାସ୍ନାକୁ ସାରସ୍ୱତ ଲେଖନୀ ମାଧ୍ୟମରେ ମହକେଇଥିବା ବିଶିଷ୍ଟ କଥାକାର ଡଃ. ବିରଜା ରାଉତରାୟଙ୍କୁ ତ୍ରୟୋଦଶ ଈଶ୍ୱରଚନ୍ଦ୍ର ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ପ୍ରାକ୍ତନ ସୂଚନା କମିଶନର ଶ୍ରୀ ଜଗଦାନନ୍ଦଙ୍କୁ ଚନ୍ଦ୍ରମାଧବ ମିଶ୍ରଙ୍କ ସ୍ମୃତିରେ ଅଷ୍ଟମ ସମାଜସେବା ସମ୍ମାନ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କୁ ସଂସ୍କୃତି ସମ୍ମାନ ଓ ଗୁପ୍ତା ପାୱାରର ମୁଖ୍ୟ ମହେନ୍ଦ୍ର ଗୁପ୍ତାଙ୍କୁ ଶିଳ୍ପ ସମ୍ମାନ ପ୍ରଦାନ କରାଯାଇଛି । ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ପ୍ରାକ୍ତନ ବିଧାୟକ ସରୋଜ ସାମଲ, କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ଅନୁଷ୍ଠାରର ସଭାପତି ନିଶିକାନ୍ତ ମିଶ୍ର, କାର୍ଯ୍ୟକାରୀ ସଭାପତି ଚୌଧୁରୀ ଅମିତାଭ ଦାସ, ବରିଷ୍ଠ ସଭ୍ୟ ଜ୍ୟୋତିରଞ୍ଜନ ଦାସ, ଗିରିଜା ଶଙ୍କର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କେନ୍ଦ୍ରାପଡାର କଳା, ସଂସ୍କୃତି ଓ ବୌଦ୍ଧିକତା କ୍ଷେତ୍ରରେ କାର୍ଯ୍ୟରତ ଅନୁଷ୍ଠାନ ଡଃ. ବିରଜା ରାଉତରାୟଙ୍କୁ ପୁରସ୍କାର ବାବଦରେ ଦଶହଜାର ଟଙ୍କା ସହ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯିବା ବେଳେ ‘କେମ’ର ସଭାପତି ଇଂ ଅକ୍ଷୟ କୁମାର ପାଣି ଙ୍କ ସମେତ ମହମ୍ମଦ ଜାହିଦ ଖାଁ, ଜ୍ୟୋତିରଞ୍ଜନ ନାୟକ, ପ୍ରଦ୍ୟୁମ୍ନ ବେଉରା, ଭବାନୀ ପ୍ରସାଦ ଓଝା, ବିଶ୍ୱରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ