କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱରରେ ପୁଲିସ କ୍ୱାର୍ଟରରୁ ଜଣେ କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ରବିବାର ସଂଧ୍ୟାରେ ଉଦ୍ଧାର କରାଯାଇଛି । ମୃତ କନଷ୍ଟେବଳ ହେଲେ ବାଲିଆପାଳ ଅଞ୍ଚଳର କରୁଣାକର ଜେନା (୪୬) । ପିଲାଙ୍କୁ ନେଇ ତାଙ୍କ ଗତକାଲି ବାପଘରକୁ ଚାଲିଯାଇଥିବା ବେଳେ ସେ ରହୁଥିବା ୧୧୦ ନଂ କ୍ୱାର୍ଟର୍ସରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି । ତାଙ୍କ ସାନପୁଅ ମାମୁଁଘରୁ ବସରେ ଆସି କ୍ୱାର୍ଟର୍ସ କବାଟ ଖୋଲିବା ପରେ ବାପାଙ୍କ ଝୁଲନ୍ତା ମୃତଦେହକୁ ପ୍ରଥମେ ଦେଖଥିଲେ । ଖବର ପାଇ ସହଦେବଖୁଣ୍ଟା ପୁଲିସ ଓ କ୍ରାଇମ ଡିଏସପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ ମୃତଶରୀରକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ