କନିଷ୍ଠ ଶିକ୍ଷକମାନଙ୍କ ପାରିତୋଷିକ ବୃଦ୍ଧି ନେଇ ରାଜଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ଓଡ଼ିଶା କନିଷ୍ଠ ଶିକ୍ଷକମାନଙ୍କର ପାରିତୋଷିକ ବୃଦ୍ଧି ନେଇ ବାରମ୍ବାର ଦାବି ଓ ଆନ୍ଦୋଳନ କରିଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି ଯାହା ଅତ୍ୟନ୍ତ କ୍ଷୋଭର ବିଷୟ । ଏହାର ପ୍ରତିବାଦସ୍ୱରୂପ ରାଜ୍ୟ ସଂଘର ସଭାପତି ଶ୍ରୀକାନ୍ତ ବାରିକଙ୍କ ଡ଼ାକରାରେ ରାଜ୍ୟର ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ରାଜଭବନ ସମ୍ମୁଖରେ ଅନୁଷ୍ଠିତ ଶାନ୍ତିପୂର୍ଣ୍ଣ ଧାରଣାରେ ଯୋଗ ଦେଇଥିଲେ । ଉକ୍ତ ଧାରଣା ସମୟରେ ଓଡ଼ିଶା ସରକାରଙ୍କ ପ୍ରଶାସନିକ ଅଧିକାରୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ସରାକରଙ୍କ ପୁଣିଥରେ ବୈମାତୃକ ମନୋଭାବ ପୂର୍ବ ପ୍ରତିଶ୍ରୁତି ଭଳି ପ୍ରତିଶ୍ରୁତି ହିଁ ମିଳିଥିଲା । ପାରିତୋଷିକ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଚିଠି ମାଧ୍ୟମରେ ଜଣାଇବୁ ବୋଲି ପ୍ରାଶସନିକ ଆଧିକାରୀ ପ୍ରତିଶ୍ରୁତି ଦେବା ପରେ କନିଷ୍ଠ ଶିକ୍ଷକ ସଂଘର ସଭାପତି ଶ୍ରୀକାନ୍ତ ବାରିକଙ୍କ ନେତୃତ୍ୱରେ ଏକ ପାଞ୍ଚଜଣିଆ କର୍ମକର୍ତ୍ତା ରାଜଭବନ ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଦାବି ପତ୍ର ଦେଖିବା ପରେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ଏହାର ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସଂଘ ଗଣଧାରଣାକୁ ସ୍ଥଗିତ ରଖିଥିଲା । ଯଦି ଗୋଟିଏ ମାସ ମଧ୍ୟରେ ଦାବି ପୂରଣ ନହୁଏ ତେବେ ବ୍ୟାପକ ପ୍ରସ୍ତୁତି ସହ ପୁନର୍ବାର ଆନ୍ଦୋଳନ କରାଯିବ ବୋଲି ସଂଘ ଚରମ ନିଷ୍ପତ୍ତି ନେଇଛି । ଉକ୍ତ ଗଣଧାରଣାରେ ସଭାପତି ଶ୍ରୀକାନ୍ତ ବାରିକ, ସହ ସମ୍ପାଦକ ଜନ୍ମେଜୟ ମାଝୀ, ଅମର ବାଗ, ଶାଶ୍ୱତ ଯୋଶୀ, ମଳୟ କୁମାର ଜେନା, ବଜ୍ର ଶଗରିଆ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେେରେ ପୂର୍ବତନ ସମ୍ପାଦକ ଶ୍ରୀକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ