କନ୍ତିଆ ଗ୍ରାମ୍ୟ ରାସ୍ତା ଶୋଚନୀୟ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଗ୍ରାମ୍ୟ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଅସରାଏ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି ଠିଆ ହେଉଛି । ଉକ୍ତ ରାସ୍ତା ଉପରେ ଦୈନନ୍ଦିନ କନ୍ତିଆ ସଂସ୍କୃତ କଲେଜ, ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ସମେତ କନ୍ତିଆ ନାୟକସାହି, ରାଉତସାହି, କଚେରୀ ସାହୁ, ସାହୁସାହି, ଶାସନର ପ୍ରାୟ ୨ ହଜାର ଲୋକ ନିର୍ଭର କରିଥାନ୍ତି, ମରାମତି ଅଭାବରୁ ଏହି ରାସ୍ତା ଅତି ଶୋଚନୀୟ ଅବସ୍ଥା ହୋଇପଡିଛି । ଉକ୍ତ ରାସ୍ତାକୁ ତୁରନ୍ତ ମରାମତି କରିବାକୁ ଗ୍ରାମବାସୀ ମାନେ ପ୍ରଶାସନ ଠାରେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ