କନ୍ଧମାଳର ମିଳିତ ଶିକ୍ଷକ ସମନ୍ବୟ ସମିତି ତରଫରୁ ଦାବିପତ୍ର ପ୍ରଦାନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ବିଗତ ଦିନରେ ରାଜ୍ୟ ସରକାର ନୂତନ ପେନସନ ଅନ୍ତର୍ଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବାରୁ ପୁଣିଥରେ ଶିକ୍ଷକ ଶିକ୍ଷୟିତ୍ରୀ ରାଜରାସ୍ତାକୁ ଓହ୍ଲାଇବକୁ କନ୍ଧମାଳର ସମସ୍ତ ବ୍ଲକରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନଙ୍କୁ ସରକାରଙ୍କ ଉଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିବା ବେଳେ ଫୁଲବାଣୀ ବ୍ଲକକୁ ଜିଲ୍ଲା ନୂତନ ପେନସନ ଅନ୍ତର୍ଭୁକ୍ତ କର୍ମକର୍ତ୍ତା ସଭାପତି କୁମର ପରାସେଠ, ସମ୍ପାଦକ ସାନ୍ତନୁ କୁମାର ପ୍ରଧାନ, ରାଜେଶ କୁମାର ନାୟକ, ସରୋଜ କୁମାର ସେଠୀ, ଅରୁଣ କୁମାର ପାତ୍ର, ଫୁଲବାଣୀ ମିଳିତ ଶିକ୍ଷକ ସମନ୍ବୟ ସମିତି ସଭାପତି ସୁକାନ୍ତ କୁମାର ବେହେରା, ପ୍ରଦୀପ କୁମାର ମହାନ୍ତି, ବିଜୟାନନ୍ଦ ଦାଶ ଏବଂ ଫୁଲବାଣୀ ବ୍ଲକର ସମସ୍ତ ନୂତନ ପେନସନ ଅନ୍ତର୍ଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ରାଜ୍ୟ ସରକାର ଯଦିଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ନ୍ୟାୟଚିତ ଦାବୀ ନ ଶୁଣନ୍ତି ତେବେ ୧୫ ତାରିଖ ଠାରୁ ସମୂହ ଛୁଟିରେ ଯାଇ ରାଜଧାନୀରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ