କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳୀ ଖୋଲିବାକୁ ଦାବି ଉପସ୍ଥାପନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ମହାମାରୀ କରୋନା ଭୂତାଣୁ ପାଇଁ ସମଗ୍ର ବିଶ୍ୱରେ ହାହାକାର ଦେଖାଦେଇଥିବା ବେଳେ ସାରା ଦୁନିଆ କରୋନା କାୟାରେ ଜର୍ଜରିତ ହୋଇଛି। କରୋନା ଯୋଗୁଁ ଗତ ମାର୍ଚ୍ଚ ମାସ ୨୨ତାରିଖରୁ ଦେଶରେ ଲକ୍‍ଡାଉନ ସଟଡାଉନ୍‍ ଭଳି ବିଭିନ୍ନ କଟକଣା ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ର ତଥା ରାଜ୍ୟ ସରକାର ଜାରି କରିଥିଲେ ଯାହା ମଧ୍ୟରେ ଲୋକେ ଗତି କରିଛନ୍ତି। ତେବେ ବର୍ତ୍ତମାନ  କେନ୍ଦ୍ର ସରକାର ଦେଶରୁ ଲକଡାଉନ ଏବଂ ସଟଡାଉନ କଟକଣା ସମ୍ପୂର୍ଣ୍ଣ ଉଚ୍ଛେଦ କରିଥିବା ସହିତ ବିଭିନ୍ନ ଅନୁଷ୍ଠାନ ଖୋଲିବା ପାଇଁ ଧିରେଧିରେ ଅନୁମତି ମଧ୍ୟ ପ୍ରଦାନ କରିଛନ୍ତି। ଯାହାଫଳରେ ଦେଶର ବିଭିନ୍ନ ରାଜ୍ୟ ସମେତ ଓଡ଼ିଶାରେ ମଧ୍ୟ ବିଭିନ୍ନ ମନ୍ଦିର ଭିତରକୁ ପ୍ରବେଶ ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମଧ୍ୟ ଦେଇଛନ୍ତି। ତେବେ କରୋନା ଯୋଗୁଁ ରାଜ୍ୟରେ ପର୍ଯ୍ୟଟନ ଓ ହୋଟେଲ ଶିଳ୍ପ ବେଶ ପ୍ରଭାବିତ ହୋଇଥିଲା। ରାଜ୍ୟରେ ଥିବା ହୋଟେଲ ଗୁଡ଼ିକୁ ବନ୍ଦ କରିଦିଆଯାଇଥିବା ବେଳେ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ମଧ୍ୟ ବନ୍ଦ ରହିଥିଲା। ଯାହା ଫଳରେ ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ି ବିଶେଷ ଭାବରେ ପ୍ରଭାବିତ ହୋଇଛି।ବର୍ତ୍ତମାନ   ଜିଲ୍ଲାରେ ଥିବା ହୋଟେଲଗୁଡ଼ିକ କେନ୍ଦ୍ର ସରକାରଙ୍କ କୋଭିଡ୍‍ ଅନଲକ୍‍ କଟକଣା ମାନି ହୋଟେଲ ଲଜ୍‍ ଆଦି ଖୋଲିବା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଅନଲକ୍‍ ୪.୦ ଲାଗୁହେବାରୁ ଏବଂ ରାଜ୍ୟ ଭିତରୁ ଯେକୌଣସି ରାଜ୍ୟକୁ ଯିବା ନେଇ କୌଣସି କଟକଣା ନ ଥିବାରୁ ଏବେ ଧିରେଧିରେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକ ମାନେ ଆସିବା ପାଇଁ ମନବଳାଇ ଲେଣି ଏବଂ କିଛି ପର୍ଯ୍ୟଟକ ପ୍ରତିଦିନ ବ୍ରହ୍ମପୁର ଦେଇ ଦାରିଙ୍ଗବାଡ଼କୁି ଆସି ସେମାନଙ୍କ ରହିବା ପାଇଁ କୌଣସି ଲଜ୍‍ ଖୋଲି ନ ଥିବାରୁ ନିରାଶ ହୋଇଫେରିଲେଣି। ତେଣୁ ଦାରିଙ୍ଗବାଡ଼ି ଅଂଚଳର ବିକାଶ ପର୍ଯ୍ୟଟନ ଦ୍ୱାରା ସମ୍ଭବ ହୋଇଥିବାରୁ ଅନ୍ୟ ଜିଲ୍ଲାଭଳି ଦାରିଙ୍ଗବାଡ଼ିରେ ମଧ୍ୟ ହୋଟେଲ ଗୁଡ଼ିକୁ ଖୋଲିବା ପାଇଁ ସ୍ଥାନୀୟ ପ୍ରଶାସନ ଅନୁମତି ଦେବା ସହିତ ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକୁ ଖୋଲିବା ନିମନ୍ତେ ଦାରିଙ୍ଗବାଡ଼ି ହୋଟେଲ ମାଲିକ ସଂଘ ଦାବି କରିଛନ୍ତି। କିନ୍ତୁ କନ୍ଧମାଳ ଜିଲ୍ଲା ରେ ଲକଡାଉନ ଲାଗୁହୋଇନଥିବା ସମୟ ଅର୍ଥାତ ଗତ ମାର୍ଚ୍ଚ ମାସ ୧୭ ତାରିଖ ବେଳେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ମୁତାବକ ହୋଟେଲ ଗୁଡ଼ିକୁ ବନ୍ଦ କରିବା ପାଇଁ ସ୍ଥାନୀୟ ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣକରାଯାଇଥିଲା। ଯାହାଫଳରେ ସେବେଠାରୁ ବର୍ତମାନ ଯାଏଁ ୬ମାସ ହେଲା ଦାରିଙ୍ଗବାଡ଼ି ଅଂଚଳରେ ସମସ୍ତ ହୋଟେଲ ଲଡ୍‍ଜ ବନ୍ଦ ରହିଛି। ଯାହା ଫଳରେ ହୋଟେଲ ମାଲିକ ମାନେ କ୍ଷତିଗ୍ରସ୍ତ ହୋଇ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ହୋଟେଲ ଗୁଡ଼ିକ ବନ୍ଦ ରହିଥିବା ବେଳେ ସେହି ହୋଟେଲ ଗୁଡ଼ିକରେ ନିଯୁକ୍ତି ପାଇଥିବା ପ୍ରାୟ ୧୫୦ ଜଣ କର୍ମଚାରୀ ମାନେ ମଧ୍ୟ ବର୍ତମାନ ନିଯୁକ୍ତି ହରାଇ ବସିଛନ୍ତି। ଯାହା ଫଳରେ ସେମାନେ ସେମାନଙ୍କର ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇଯାଇଛି। ଅଂଚଳର ହୋଟେଲ ମାଲିକ ମାନେ ସେମାନଙ୍କ କର୍ମଚାରୀ ମାନଙ୍କୁ ଯଥା ସମ୍ଭବ ସହାୟତା କରିଆସୁଛନ୍ତି। କେତେଦିନ ହୋଟେଲ ମାଲିକ ମାନେ ଏହିଭଳି ଅସୁବିଧାରେ ରହିବେ। ଅନ୍ୟପକ୍ଷରେ ବ୍ୟାଙ୍କରୁ ଆଣିଥିବା ଲୋନ ଟଙ୍କାର କିସ୍ତି ବାନ୍ଧିବାପାଇଁ କହୁଛନ୍ତି। ତେଣୁ ଯଦି ହୋଟେଲ ଗୁଡ଼ିକୁ ଖୋଲିବା ପାଇଁ ଯାହା ଅନୁମତି ଦିଆନଯାଏ ତେବେ ମାଲିକ ମାନଙ୍କର ହେଉଥିବା କ୍ଷତି ଏବଂ ଲୋନ ଟଙ୍କା ରାଜ୍ୟ ସରକାର ଭରନ୍ତୁ ବୋଲି ଦାରିଙ୍ଗବାଡ଼ି ହୋଟେଲ ମାଲିକସଂଘର ସଦସ୍ୟ ମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏହି        ସମସ୍ୟା  ନେଇ ଗତ ମାସ ୧୦ ତାରିଖରେ ହୋଟେଲ ମାଲିକ ସଂଘ ତରଫରୁ ଜିଲ୍ଲାପାଳ ଏବଂ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କୁ ମେଲ ପଠାଇ ଅନୁରୋଧ କରିଥିବା ସତ୍ୱେ ଆଜି ପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନଥିବା ସଂଘ ତରଫରୁ କୁହାଯାଇଛି। ତେଣୁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଦାରିଙ୍ଗବାଡ଼ି ଅଂଚଳରେ ଥିବା ହୋଟେଲ ଶିଳ୍ପ ସମେତ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକୁ ଖୋଲିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତିା ଏହି ସାମ୍ବାଦିକ ସମ୍ମୀଳନୀରେ ହୋଟେଲ ମାଲିକ ସଂଘର ସଭାପତି ଲଡ଼ୁ କିଶୋର ସାହୁ, ଦିଲୀପ କୁମାର ସାହୁ, ପ୍ରଦୀପ କୁମାର ସାହୁ, ରେଣୁବାଳା ସାହୁ, ପ୍ରକାଶ ପ୍ରଧାନ, ବିରଂଚି ନାରାୟଣ ସାହୁ, ଦୁର୍ଗାଚରଣ ସୁବୁଦ୍ଧି, ଅଶୋକ ସାହୁ, ମନୋଜ କୁମାର ସାହୁ, ଅନୀଲ ସ୍ୱାଇଁ ଓ ମାଥ୍ୟାସ ଦିଗାଲ ପ୍ରମୁଖ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ