କନ୍ଧମାଳ ଜିଲ୍ଲାର ଖଜୁରିପଡାରେ ମା ଗୃହ ଉଦଘାଟିତ

କନ୍ଧମାଳ, (ପ୍ରଶାନ୍ତ କୁମାର ବେହେରା):ଆଜି କନ୍ଧମାଲ ଜିଲ୍ଲା ବାଲିଗୁଡାର ସ୍ୱେଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତିର ପରିଚାଳନାରେ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ କନ୍ଧମାଳ ସହାୟତାରେ ଏକ ନୁତନ ମା ଗୃହ କନ୍ଧମାଳ ଜିଲ୍ଲାର ଖଜୁରିପଡାଠାରେ ଉଦଘାଟିତ ହୋଇଯାଇଛି । ଏହି ଏଦଘାଟନୀ କାର୍ଯ୍ୟକ୍ରମ କୋଭିଡ ନିୟମ ଅନୁସାରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନସ୍ୱୀନି ମିଶ୍ର ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ଜାତୀୟ ସ୍ୱସ୍ଥ୍ୟ ମିଶନ କନ୍ଧମାଳର କାର୍ଯ୍ୟକ୍ରମ ପରିଚାଳକ ମନରଞ୍ଜନ ସାହୁ,ଖଜୁରିପଡାର ଡା.ନିମାଇଁ ଚରଣ ବିଶି,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରଣ,ଖଜୁରିପଡା ସମନ୍ୱିତ ଶିଶୁ ବିକାଶ ଅଧିକାରୀଣୀ ଗୀତାରାଣୀ ପଣ୍ଡା,ବନବାସୀ ଅନୁଷ୍ଠାନର ସମ୍ପାଦକ ଉତ୍ସବଚନ୍ଦ୍ର ଜେନା,ସହ-ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା,ଚାଇଲ୍ଡଲାଇନର ସମସ୍ତ କର୍ମକର୍ତା ଓ ସଦସ୍ୟ ମାନେ ,ସଖିର ସଦସ୍ୟା ଓ ମା ଗୃହର ସମସ୍ତ କର୍ମକର୍ତାଙ୍କ ସମେତ ଅଂଚଳର ଲୋକମାନେ ଉପସ୍ଥିତ ଥିଲେ ।ଏହି ବ୍ଳକରେ ଥିବା ଦୁର୍ଗମ ଅଂଚଳର ଗର୍ଭବତୀ ମା ମାନେ ସେମାନଙ୍କର ପ୍ରସବ ପୁର୍ବରୁ ସେଠାରେ ଆସି ରହିବା ସହିତ ସେମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ମାଗଣାରେ ପ୍ରଦାନ କରାଯିବା ସହିତ ସେମାନେ କିପରି ସୁସ୍ଥ ମାନସିକତାରେ ରହି ସଠିକ୍ ଭାବରେ ପ୍ରସବ କରି ପାରିବେ ସେଥିପାଇଁ ସେମାନଙ୍କ ପାଇଁ ପୌଷ୍ଟିକ ଖାଦ୍ୟପେୟ ସହିତ ମନରଞ୍ଜନ ପାଇଁ ମଧ୍ୟ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇ ଥିବା ନେଇ ବନବାସୀ ଆନୁଷ୍ଠାନର ସହ-ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ