କନ୍ଧମାଳ ଜିଲ୍ଲାର  ପ୍ରଥମ ଆଇପିଏସ୍ ଅଫିସର  ଯୋହନ ନାୟକଙ୍କୁ ଜନ୍ମମାଟିରେ ଗଭୀର ଶ୍ରଦ୍ଧାଞ୍ଜଳି

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ପ୍ରଥମ ଆଇପିଏସ ଅଫିସର  ସ୍ବର୍ଗତ ଯୋହନ ନାୟକ (୭୮)ଙ୍କୁ ତାଙ୍କ ନିଜ ଜନ୍ମମାଟି ପେଟାପାଙ୍ଗା ପଞ୍ଚାୟତ ସ୍ଥିତ ଲୋହରଙ୍ଗିଆ ଗ୍ରାମରେ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପବିତ୍ର ମୋହନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ସ୍ବର୍ଗତ ନାୟକଙ୍କ ସହପାଠୀ ନବୀନ ଚନ୍ଦ୍ର ନାୟକ, ମାରିଆନ ନାୟକ, ଜି.ସି ନାୟକ ରେଭେରେଣ୍ଡ ସୁଧାନସୁ ନାୟକ ଓ ବିଶପ ବାଞ୍ଛାନିଧି ନାୟକ ମଞ୍ଚାସୀନ ଥିବାବେଳେ ସମାଜ ସେବୀ ପାଉଲ୍ ପ୍ରଧାନ, ଏଲ୍.ବୁଲିଅନ୍, ରାମବିସି ଦିଗାଲ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସଞ୍ଜୟ ହାୱଡା, ଅବସରପ୍ରାପ୍ତ ଆୟକର ଡେପୁଟି କମିଶନର ମିହିର ଚାନ୍ଦ ସମେତ ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳ ଲୋହରଙ୍ଗିଆ ଗ୍ରାମରୁ ନିଜର ପ୍ରାଥମିକ ଶିକ୍ଷା ଲାଭ କରି, ସେଠାରୁ ରାଇକିଆ ପରେ ସୋରଡା ପରେ କଟକରେ ଉଚ୍ଚ ଶିକ୍ଷା ଶେଷ କରି ୧୯୬୫ ରେ ଓଡିଶା କ୍ୟାଡର ଆଇପିଏସ ଭାବେ କାର୍ଯ୍ୟଭାର ଗ୍ରହଣ କରି ନିଜର ସରଳ,ଅମାୟିକ, ଆତ୍ମ ବିଶ୍ୱାସ ଯୋଗୁଁ (ଡି.ଜି) ପର୍ଯ୍ୟନ୍ତ  ପହଞ୍ଚି ପାରିଥିଲେ। ସେ ସମ୍ପର୍କରେ ଆଲୋକପାତ କରିଥିଲେ। ସେ ସର୍ବଦା ନିଜ ଅଞ୍ଚଳର ବିକାଶ କଥା ଚିନ୍ତା କରୁଥିଲେ,ସେ ଅଞ୍ଚଳ ପାଇଁ କରିଯାଇଥିବା କାର୍ଯ୍ୟ ଅବିସ୍ମରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ। ପୂର୍ବରୁ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଶ୍ରଦ୍ଧାଞ୍ଜଳୀ ସଭାରେ ସ୍ବର୍ଗତ ନାୟକଙ୍କ ଧର୍ମପତ୍ନୀ, ପୁଅ ବୋହୂ, ଝିଅ ଯୋଇଁ, ନାତି,ନାତୁଣୀ, ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାକୁ ରଞ୍ଜିତ କୁମାର ନାୟକ ପରିଚାଳନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ