କନ୍ଧମାଳ ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟି ଗୋଷ୍ଠୀ ବିବାଦ ର ଅବସାନ

ଫୁଲବାଣୀ, ( ସୁନିଲ କୁମାର ବେହେରା ) :-କନ୍ଧମାଳ ଜିଲ୍ଲାର ଦ୍ୱିତୀୟ ବୃହତ ଶକ୍ତି ଭାବେ ଉଭା ହୋଇଥିବା ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟି ରେ ଫାଟ ସୃଷ୍ଟି ହୋଇ ଭୁଲ ବୁଝାମଣା ବଶତଃ ସଭାପତି ଶ୍ରୀ ଅନାମ କୁମାର ନାୟକ ଙ୍କ ନେତୃତ୍ୱରେ ଗୋଟିଏ ଜିଲ୍ଲା କମିଟି ଓ ବ୍ରହ୍ମ। ବେହେରାଙ୍କ ନେତୃତ୍ୱରେ ଆଉଗୋଟିଏ କମିଟି , ଏଭଳି ଦୁଇଟି ଜିଲ୍ଲା କମିଟି ଗଠିତ ହୋଇ ନିଜ ନିଜ ଭିତରେ ଦୀର୍ଘ ପାଞ୍ଚ ବର୍ଷ ହେବ ଗୋଷ୍ଠୀ ବିବାଦ ରାଗିରହିଥିଲା | ଏହି କରୋନା ମହାମାରୀ ଯୋଗୁଁ ଉଭୟ କମିଟିର ୫ ବର୍ଷ ଅବଧି ସରିଯାଇଥିଲେ ମଧ୍ୟ ଉଭୟେ ଜିଲ୍ଲା କମିଟିକୁ ନୂତନ ଭାବେ ପୁନର୍ଗଠନ କରିପାରିନ ଥିଲେ | କିଛିଦିନ ତଳେ ଉଭୟ ଗୋଷ୍ଠୀର ବିଚାର ବିମର୍ଶ ପରେ ଉଭୟ ଏକତ୍ରିତ ଭାବେ ଦୁଇଟି କମିଟି କୁ ସମ୍ପୂର୍ଣ୍ଣ ଭାଙ୍ଗିଦେବା ପାଇଁ ନିଷ୍ପତି ପ୍ରକାରେ, ଆଜି ସମସ୍ତ ବ୍ଲକ ଓ ଗ୍ରାମ ପଂଚାୟତ ସ୍ତରୀୟ ସଭାପତି ସମ୍ପାଦକ ଓ ପାଣ ଜାତିର ନେତୃସ୍ଥାନୀୟ ମୁରବି ,ଏବଂକମିଟିର କର୍ମକର୍ତା ମାନଙ୍କ ଉପସ୍ଥିତିରେ ଫିରିଙ୍ଗିଆ ସ୍ଥିତ ବିଜୁ ପଟନାୟକ କଲ୍ୟାଣ ମଣ୍ଡପ ରେ ଅଦ୍ୟ ତା 0,୯ / 0୬ ରିଖ ଗୁରୁବାର ଦିବା ୧୧ ଘଟିକା ସମୟରେ ଏବଂ ଉପସ୍ଥିତ କର୍ମକର୍ତା ସଂମ୍ମୁଖରେ ଦୁହେଁ ମିଶି ଦୁଇଟି ଯାକ ଜିଲ୍ଲା କମିଟି କୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଥିଲେ | ଆଗାମୀ ଦିନରେ ଜିଲ୍ଲାକାମିଟି ଗୁଡିକୁ ନୂତନ ଭାବେ ପୁନରଗଠନ କରିବା ପାଇଁ ଜିଲ୍ଲା କମିଟି ରେ ଥିବା ଅଭିଜ୍ଞା ୭ ଜଣଙ୍କୁ ସଦସ୍ୟ ଙ୍କୁ ନେଇ ଏକ ନୂତନ ଭାବେ ପରିଚାଳନା କମିଟି କାର୍ଯ୍ୟ କରିବାପାଇଁ କ୍ଷମତା ଅର୍ପଣ କରାଯାଇଥିଲା, ଓ ସେମାନେ ହେଲେ ସର୍ବଶ୍ରୀ ସତ୍ୟନାରାୟଣ ବେହେରା, ବରିଷ୍ଠ ଆଇନଜୀବୀ , ମଧୁସୂଦନ ବେହେରା, କ୍ଷୀରୋଦ କୁମାର ସାହାଣୀ , ଚନ୍ଦ୍ର ମୋହନ ନାୟକ, ରାଜେନ୍ଦ୍ର ନାରାୟଣ ବେହେରା, ଦୁଃଶାସନ ବଳିୟାର ସିଂ , ଓ ପଙ୍କଜ ବେହେରା କୁମ୍ଭାରପଡା ଙ୍କୁ ନେଇ ଏହି ୭ ଜଣିଆ କମିଟି ଗଠନ କରାଯାଇଛି | ଆଗାମୀ ଦିନରେ ନୂତନ ଜିଲ୍ଲା କମିଟି ଗଠନ କରି ସତ୍ୟପାଠ କରେଇବା ପର୍ଯ୍ୟନ୍ତଏହି ନିର୍ବାଚନ କମିଟି ଦାୟିତ୍ୱ ରେ ରହି କାର୍ଯ୍ୟ ତୁଲାଇବେ ବୋଲି ଆଜିର ଅଧିବେଶନ ରେ ନିଷ୍ପତ୍ତି ଗ୍ରହଣ କରାଗଲା | ଏହି ,୭ ଜଣିଆ କମଚଳା କମିଟି ଆଗାମୀ ନୂତନ ଜିଲ୍ଲା କମିଟି ପୁନର୍ଗଠନ ର ସମ୍ପୂର୍ଣ୍ଣ ପ୍ରକ୍ରିୟା ଓ ଇସ୍ତାହାର ପ୍ରକାଶ କରିବେ ଓ ତଦନୁଯାଇ ନିର୍ବାଚନ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ | ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟି ରେ ଲାଗିରହିଥିବା ଦୀର୍ଘ ୫ ବର୍ଷ ର ଗୋଷ୍ଠୀ ବିବାଦର ଆଜି ଅବସାନ ଘଟିଛି ଓ ଉଭୟ ଗୋଷ୍ଠୀର ସଦସ୍ୟ ମାନେ ଏଭଳି ପଦକ୍ଷେପ କୁ ଗ୍ରହଣ କରିଛନ୍ତି ଓ ସ୍ୱାଗତ କରିସନ୍ତି ଓ ଏହା ଦ୍ୱାରା ଏକ ଦୁସ୍ଥ ସୁନ୍ଦର ବଳିଷ୍ଠ ପାଣ ସମାଜ ଗଠନ ହୋଇପାରିବ ବୋଲି ଜାତିର ନେତୃସ୍ଥାନୀୟ ଲୋକେ ଖୁସି ବ୍ୟକ୍ତ କରିଛନ୍ତି | ଆଜିର ବୈଠକରେ ବ୍ଲକ ସଭାପତି ଶ୍ରୀ ଚନ୍ଦ୍ର ମୋହନ ନାୟକ ଫିରିଙ୍ଗିଆ, ଓ ଶ୍ରୀ ରାଜେନ୍ଦ୍ର ନାରାୟଣ ନେହେରା, ଚକାପାଦ ଶ୍ରୀ ଦୁଃଶାସନ ବଳିୟାର ସିଂ କୋଟଗଡ, ଶ୍ରୀ ପଙ୍କଜ ବେହେରା ଫୁଲବାଣୀ ପୌର ପରିଷଦ, ଶ୍ରୀ ବଲଭଦ୍ର ଡିଗାଲ ଖଜୁରୀପଡା , ଡ଼ଃ ସୋମନାଥ ବାଘ , ଶ୍ରୀ ଅରବିନ୍ଦ ନାୟକ ବ୍ରାହ୍ମଣ ପାଦ, ଶ୍ରୀ ଅଚ୍ୟୁତ ନନ୍ଦ ସେଠି ସାମ୍ବାଦିକ ଶ୍ରୀ ବିଦୁର ବେହେରା ସାମ୍ବାଦିକ, ଶ୍ରୀ ଦିଲୀପ ଡିଗାଲ, ଶ୍ରୀ ନଈରୁତ ଡିଗାଲ ଫିରିଙ୍ଗିଆ, ଶ୍ରୀ ଅନଙ୍ଗ ଦେବ ବେହେରା, ଡାକପାଲା, ଶ୍ରୀ ତ୍ରିନାଥ ମାଝୀ , ଶ୍ରୀ ଅଙ୍ଗଦ ବେହେରା ସମେତ ଅନେକ ବରିଷ୍ଠ ଜାତିପ୍ରେମୀ ଓ ଜାତିର ମାନ୍ୟ ଗନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ | ଏହାପରେ ଫିରିଙ୍ଗିଆ ବ୍ଲକ ସଭାପତି ଶ୍ରୀ ଚନ୍ଦ୍ର ମୋହନ ନାୟକ ଜିଲ୍ଲା ସଭାପତି ଶ୍ରୀ ଅନାମ କୁମାର ନାୟକ ,ଓ ଶ୍ରୀ ବ୍ରହ୍ମ୍ଛା ବେହେରା ସାଧାରଣ ସମ୍ପାଦକ ଶ୍ରୀ କ୍ଷୀରୋଦ କୁମାର ସାହାଣୀ ଓ ବରିଷ୍ଠ ଆଇନଜୀବୀ ଶ୍ରୀ ସତ୍ୟନାରାୟଣ ବେହେରାଙ୍କୁ ଉପଢୌକନ ଦେଇ ବିଦାୟୀ କାଳୀନ ଦମ୍ବର୍ଦ୍ଧନା ଜ୍ଞାପନ କରିଥିଲେ |ଦେଖାଯାଉ ଆଗାମୀ ଦିନରେ ଏଭଳି ଅନ୍ତର୍ଦ୍ବନ୍ଦର ଅବସାନ କରି ନୂତନ ଏକକ ଜିଲ୍ଲା କମିଟି ଗଠନ ହୋଇପାରୁଛି କି ପୁରୁଣା ପାଠର ପୁଣି ଆଲୋଚନା ଗେଉଛି ତାହା ଆଗାମୀ ସମୟ କହିବ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ