ବଡରମ୍ପାସ ସେବା ସମବାୟ ସମିତି ସଭାପତି ପାଇଁ ନାମାଙ୍କନପତ୍ର ଦାଖଲ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ବଡରମ୍ପାସ ସେବା ସମବାୟ ସମିତି ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଛି । ଆଜି ନାମାଙ୍କନପତ୍ର ଦାଖଲର ଶେଷ ଦିନ ଥିବାବେଳେ ଏକ ମାତ୍ର ପ୍ରାର୍ଥୀ ଭାବେ ନିରଞ୍ଜନ ସାହୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ଆଜି ତାଙ୍କ ସମର୍ଥକ ଓ ପ୍ରସ୍ତାବକଙ୍କ ସହ ନିକଟସ୍ଥ ଶ୍ରୀରାମ ମନ୍ଦିରରୁ ପୂଜାର୍ଚ୍ଚନା କରିବାପରେ ସମିତିକୁ ଯାଇ ନିର୍ବାଚନ ଅଧିକାରୀ କୈଳାଶ ଚନ୍ଦ୍ର ନାୟକଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଥିଲେ । ଏହି ସମୟରେ ସମିତିର ସମ୍ପାଦକ ଦେବାଶିଷ ଧଳ ଉପସ୍ଥିତ ଥିଲେ । ତାଙ୍କ ସହିତ ସରପଞ୍ଚ ରବିନ୍ଦ୍ର କୁମାର ଜେନା, ଡାଇରେକ୍ଟର ନାରାୟଣ ବେହେରା, ପୁର୍ଣ୍ଣଚନ୍ଦ୍ର ନାୟକ, ସନ୍ତୋଷ କୁମାର ଯେନା, ଅରବିନ୍ଦ ଯେନା, ସୁଶାନ୍ତ କୁମାର ସେନାପତି, ସରୋଜିନୀ ସ୍ୱାଇଁ, ହେମନ୍ତ ପେରେଇ, ସଞ୍ଜୟ କୁମାର ସାହୁ, କୃଷ୍ଣ ଚନ୍ଦ୍ର ଦାସ, କାଳନ୍ଦୀ ଚରଣ ସାହୁ, ହେମନ୍ତ ସାମଲ, ସତ୍ୟଭୂଷଣ ସାହୁ, ଲକ୍ଷ୍ମୀଧର ସାହୁ, ଅନୁପମା ଧଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ