କନ୍ଧମାଳ ଜିଲ୍ଲା ସ୍ତରୀୟ ଯୁବ ସମ୍ମିଳନୀ ଆୟୋଜିତ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ସଭାଗୃହ ଠାରେ ନେହେରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ଜ଼ିଲ୍ଲା ସ୍ତରୀୟ ଯୁବ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଏନ ଏସ ଏସ ପ୍ରୋଗ୍ରାମ ଅଫିସର ଡ଼ଃ ନୀଳମାଧଵ ପାଢ଼ୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜ଼ିଲ୍ଲା ଶିଳ୍ପକେନ୍ଦ୍ର ଫୁଲବାଣୀର ମୁଖ୍ୟ ଏନ କେ ସିଂ, ଜ଼ିଲ୍ଲା ମୁଖ୍ୟ ହସ୍ପିଟାଲର ପରାମର୍ଶଦାତା ଦେବାଶିଷ ମିଶ୍ର, ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକ,ଜ଼ିଲ୍ଲା କ୍ରୀଡା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁଡ଼, ଜ଼ିଲ୍ଲା ଶିଳ୍ପ କେନ୍ଦ୍ରର ରାମ ଚନ୍ଦ୍ର ମାଝୀ, ବିଭୂପ୍ରିୟା ଜେନା ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର ଏବଂ ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ କନ୍ଧମାଳ ଜ଼ିଲ୍ଲା ର ପ୍ରତ୍ୟେକ ବ୍ଲକର ଯୁବକ ଓ ଯୁବତୀ ଅଂଶ ଗ୍ରହଣ କରିଥିଲେ । ଏହି ଦିବସରେ ଭାରତ ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ଆଲୋଚନା ହୋଇଥିଲା । ମୁଖ୍ୟ ଅତିଥି ଅନୁ ଥିତ ଦିବସ ର ମୁକ୍ଷ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ଅବଗତ କରିଥିଲେ । ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ଜ଼ିଲ୍ଲା ଯୁବ ଅଧିକାରୀ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ କାର୍ଯ୍ୟାଳୟ ର ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ବିଷୟରେ ଅବଗତ କରିଥିଲେ ।ପରିଶେଷରେ ସ୍ୱେଚ୍ଛାସେବୀ ସୋନାଲି ଡିଗାଲ ଉପସ୍ଥିତ ସମସ୍ତ ଅତିଥି ଓ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l